Advertisment

କାନାଡ଼ାରେ କାମ କରୁଛନ୍ତି ୯ ଭାରତ ବିରୋଧୀ ସଂଗଠନ

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟା ମାମଲାରେ ଭାରତର ଲିଙ୍କ୍‌ ଥିବା କାନାଡ଼ା କହୁଥିବା ବେଳେ ଏନେଇ କିଛି ପ୍ରମାଣ କିନ୍ତୁ ଉପସ୍ଥାପନ କରି ପାରୁନି।

ଅଦ୍ୟତନ ହୋଇଛି
India & Canada PM

India & Canada PM

Advertisment

କାନାଡା ଓ ଭାରତ ସମ୍ପର୍କ ମଧ୍ୟରେ ଦେଖା ଦେଉଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା କମିବା ନାଁ ଧରୁନି।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ଲିଙ୍କ୍‌ ଥିବା କାନାଡ଼ା କହୁଥିବା ବେଳେ ଏନେଇ କିଛି ପ୍ରମାଣ କିନ୍ତୁ ଉପସ୍ଥାପନ କରି ପାରୁନି। ଅପରପକ୍ଷେ, କାନାଡାରେ ଭାରତ ବିରୋଧୀ ୯ ବିଚ୍ଛିନ୍ନବାଦୀ ସଙ୍ଗଠନ କାମ କରୁଥିବା ନେଇ ଭାରତ ପକ୍ଷରୁ କାନାଡ଼ାକୁ ଅବଗତ କରାଯାଇଛି। ଏଥିସହ ଉକ୍ତ ସଙ୍ଗଠନମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରି ଆସୁଥିବା ବେଳେ ଓଟ୍ୱୱା କିନ୍ତୁ ଏହାକୁ କର୍ଣ୍ଣପାତ କରୁନି।

ଏହି ସଙ୍ଗଠନମାନେ ଭାରତରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଭାରତ ସବୁବେଳେ ଦାବି କରି ଆସୁଛି। ପଞ୍ଜାବର ଲୋକପ୍ରିୟ ସିଙ୍ଗର ସିଦ୍ଧ ମୁସେୱାଲା ମର୍ଡର କେସ୍‌ରେ ବି ସେମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ଏନେଇ ଭାରତ ପ୍ରମାଣ ଦେବା ସତ୍ତ୍ୱେ କାନାଡା ଉକ୍ତ ସଙ୍ଗଠନ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ବହୁ ଉଚ୍ଚସ୍ତରୀୟ ବୈଠକରେ କାନାଡା ସମ୍ମୁଖରେ ଭାରତ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିବା ବେଳେ କାନାଡା କିନ୍ତୁ ସେପରି ଗୁରୁତ୍ୱ ଦେବା ପରି ଲାଗୁନି।

Advertisment

ପ୍ରାୟତଃ ୮ ଆତଙ୍କବାଦୀ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ପାକିସ୍ତାନର ଆଇଏସ୍‌ଆଇ ସହ ମଧ୍ୟ ସମ୍ପର୍କ ରଖିଥିବା ପ୍ରମାଣ ମିଳିଛି। ମାତ୍ର ସେମାନଙ୍କ ପାଇଁ କାନାଡା ଏବେ ଭୂସ୍ୱର୍ଗ ପାଲଟିଥିବା ବେଳେ ସେଠାରେ ସେମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ସେଠାରେ ସେମାନେ ଭାରତ ବିରୋଧରେ ଷଡଯନ୍ତ୍ର କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ହତ୍ୟାକାଣ୍ଡ ଘଟାଉଛନ୍ତି। ଏଥିସହ ଦେଶରେ ଘୃଣା ସୃଷ୍ଟିକାରୀ ପ୍ରସଙ୍ଗ ଉଠାଇ ତାହାର ପ୍ରଚାର କରୁଛନ୍ତି। ଏହାଦ୍ୱାରା ଦେଶର ଶାନ୍ତି କ୍ଷୁର୍ଣ୍ଣ ହେଉଥିବା ଭାରତ ପକ୍ଷରୁ କୁହାଯାଇଛି।

ଭାରତ ପକ୍ଷରୁ କାନାଡାକୁ ଦିଆଯାଇଥିବା ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଗୁରୁୱନ୍ତ ସିଂ, ଭଗତ ସିଂ ବ୍ରାର, ମୋନିନ୍ଦର ସିଂ , ସତିନ୍ଦର ପାଲ ସିଂ ଗିଲ୍‌ ପ୍ରମୁଖଙ୍କ ନାମ ସାମିଲ ଅଛି। ଏହି ଆତଙ୍କୀମାନେ ଭାରତରୁ ଯାଇ କାନାଡାରେ ରହିବା ସହ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ହେବା ସହ ତାହାକୁ ପ୍ରୋତ୍ସାହନ ଦେଉଛନ୍ତି।

କାନାଡା ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ନେଇ କୌଣସି ଠୋସ୍‌ ପ୍ରମାଣ ଦେଇ ପାରୁ ନାହିଁ। ଫଳରେ ଏହା ଗୋଷ୍ଠୀ ଅନ୍ତଃକନ୍ଦଳର ସାଂଘାତିକ ପରିଣାମ ବୋଲି ସ୍ପଷ୍ଟ ହେଉଥିବା ଭାରତ ପକ୍ଷରୁ କୁହାଯାଇଛି।

India Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe