Advertisment

Bihar Election: ୨୦ ବର୍ଷରେ ରାହୁଲ ଗାନ୍ଧିଙ୍କ ୯୫ତମ ନିର୍ବାଚନ ପରାଜୟ!

ବର୍ତ୍ତମାନ ସୁଦ୍ଧା ଏନଡିଏ ୧୯୪ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ ୪୪ଟି ଆସନରେ ଆଗରେ ରହିଛି। ଏହି ଟ୍ରେଣ୍ଡକୁ ଦେଖି ବିଜେପି ନେତାମାନେ ବିହାରରେ ନିଜର ବିଜୟ ଘୋଷଣା କରିସାରିଲେଣି।

Rahul-Gandhi

ରାହୁଲ ଗାନ୍ଧି

Advertisment

ବିହାର ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ବିଜେପି ଉତ୍ସାହିତ। ଟ୍ରେଣ୍ଡ କହୁଛି ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରରେ ପୁଣି ସରକାର ଗଠନ କରିବ। ଆରଜେଡି ଓ କଂଗ୍ରେସ ନେତୃତ୍ୱାଧୀନ ମହାଗଠବନ୍ଧନ ପୁଣିଥରେ ବିହାରରେ ମାଟି କାମୁଡ଼ିବେ। ୨୦୨୦ ନିର୍ବାଚନ ତୁଳନାରେ ମହାଗଠବନ୍ଧନ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବ।

Advertisment

ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଜେ ପାରମ୍ପରିକ ରାଘୋପୁର ଆସନରେ ପଛରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏନଡିଏ ୧୯୪ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ ୪୪ଟି ଆସନରେ ଆଗରେ ରହିଛି। 

ଏହି ଟ୍ରେଣ୍ଡକୁ ଦେଖି ବିଜେପି ନେତାମାନେ ବିହାରରେ ନିଜର ବିଜୟ(Bihar Election) ଘୋଷଣା କରିସାରିଲେଣି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ସିଧା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ଦୁଇ ଦଶନ୍ଧି ଅର୍ଥାତ ୨୦ ବର୍ଷ ମଧ୍ୟରେ ଏହା ରାହୁଲ ଗାନ୍ଧିଙ୍କ ୯୫ତମ ନିର୍ବାଚନ ପରାଜୟ ବୋଲି ସେ ତଥ୍ୟ ସହ ଗୋଟିଏ ପୋଷ୍ଟ କରିଛନ୍ତି।

Advertisment

ସେ ରାହୁଲ ଗାନ୍ଧି ବା କଂଗ୍ରେସ କେଉଁ ସବୁ ରାଜ୍ୟରେ କେବେ ହାରିଛି, ତା’ର ତାଲିକା ଦେଇଛନ୍ତି। ଏଥିସହ ସେ କହିଛନ୍ତି, “ରାହୁଲ ଗାନ୍ଧି! ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ। ଯଦି ନିର୍ବାଚନରେ ସ୍ଥିରତା ପ୍ରଦର୍ଶନ ପାଇଁ କୌଣସି ପୁରସ୍କାର ରହିବ, ତା’ହେଲେ ସେ(ରାହୁଲ ଗାନ୍ଧି) ସବୁ ପୁରସ୍କାର ପୋଛି ନେବେ। ଏହି ହାରକୁ ଦେଖିଲେ, ଅସଫଳତା ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଥିବ।

ଅସଫଳତାକୁ କେମିତି ଜଣେ ଏମିତି ବିଶ୍ୱାସର ସହ ହାସଲ କରିନେଉଛି, ସେଇଟା ମଧ୍ୟ ଆଶ୍ଚର୍ଯ୍ୟଜନକ। ଅନେକ ତାଙ୍କୁ ୯ରୁ ୫ ଦୋଷ ଦେଉଥିବା ରାଜନେତା କହି ପାରନ୍ତି। ରାହୁଲ ଗାନ୍ଧି ଏବେ ମୋଟ ଉପରେ ୯୫ଟି ନିର୍ବାଚନରେ ପରାଜୟ ସ୍ୱାଦ ଚାଖିଛନ୍ତି। ଶତକ ଠାରୁ ମାତ୍ର ୫ ଦୂରରେ ସେ ରହିଛନ୍ତି।” 

ରାହୁଲ ଗାନ୍ଧିଙ୍କ ପରାଜୟର ତାଲିକା

୧- ଜମ୍ମୁ-କଶ୍ମୀର-୨୦୧୪

୨- ପଞ୍ଜାବ- ୨୦୦୭, ୨୦୧୨, ୨୦୨୨

୩- ହରିୟାଣା- ୨୦୦୪, ୨୦୧୯, ୨୦୨୪ 

୪- ଦିଲ୍ଲୀ- ୨୦୧୩, ୨୦୧୫, ୨୦୨୦, ୨୦୨୫ 

୫- ଗୁଜରାଟ- ୨୦୦୭, ୨୦୧୨, ୨୦୧୭, ୨୦୨୨

୬- ମହାରାଷ୍ଟ୍ର- ୨୦୧୪, ୨୦୧୯, ୨୦୨୪

୭- ଗୋଆ- ୨୦୧୨, ୨୦୧୭, ୨୦୨୨

୮- କର୍ଣ୍ଣାଟକା- ୨୦୦୪, ୨୦୦୮, ୨୦୧୮

୯- କେରଳ- ୨୦୦୬, ୨୦୧୬, ୨୦୨୧

୧୦- ହିମାଚଳ ପ୍ରଦେଶ- ୨୦୦୭, ୨୦୧୭

୧୧- ଉତ୍ତରାଖଣ୍ଡ- ୨୦୦୭, ୨୦୧୭, ୨୦୨୨

୧୨- ଉତ୍ତର ପ୍ରଦେଶ- ୨୦୦୭, ୨୦୧୨, ୨୦୧୭, ୨୦୨୨

୧୩- ବିହାର- ୨୦୦୫, ୨୦୧୦, ୨୦୨୦, ୨୦୨୫ 

୧୪- ସିକ୍କିମ- ୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪

୧୫- ରାଜସ୍ଥାନ- ୨୦୧୩, ୨୦୨୩ 

୧୬- ମଧ୍ୟପ୍ରଦେଶ- ୨୦୦୮, ୨୦୧୩, ୨୦୧୮, ୨୦୨୩ 

୧୭- ତେଲଙ୍ଗାନା- ୨୦୧୪, ୨୦୧୮ 

୧୮- ଆନ୍ଧ୍ର ପ୍ରଦେଶ- ୨୦୧୪, ୨୦୧୯, ୨୦୨୪ 

୧୯- ପୁଡୁଚେରୀ- ୨୦୧୧, ୨୦୨୧ 

୨୦- ତାମିଲନାଡୁ- ୨୦୧୧, ୨୦୧୬ 

୨୧- ଅରୁଣାଚଳ ପ୍ରଦେଶ- ୨୦୧୯, ୨୦୨୪

୨୨- ଆସାମ- ୨୦୧୬, ୨୦୨୧

୨୩- ନାଗାଲାଣ୍ଡ- ୨୦୦୮, ୨୦୧୩, ୨୦୧୮, ୨୦୨୩

୨୪- ମଣିପୁର- ୨୦୧୭, ୨୦୨୨

୨୫- ମିଜୋରାମ- ୨୦୧୮, ୨୦୨୩ 

୨୬- ତ୍ରିପୁରା- ୨୦୦୮, ୨୦୧୩, ୨୦୧୮, ୨୦୨୩ 

୨୭- ମେଘାଳୟ- ୨୦୧୮, ୨୦୨୩ 

୨୮- ଝାରଖଣ୍ଡ – ୨୦୦୫, ୨୦୦୯, ୨୦୧୪ 

୨୯- ଛତିଶଗଡ଼- ୨୦୦୮, ୨୦୧୩, ୨୦୨୩ 

୩୦- ଓଡ଼ିଶା- ୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪

୩୧- ପଶ୍ଚିମବଙ୍ଗ- ୨୦୦୬, ୨୦୧୬, ୨୦୨୧ 

Rahul Gandhi Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe