Advertisment

ଜବରଦଖଲକାରୀଙ୍କ କୋଠାରେ ବୁଲିବ ବୁଲ୍ ଡୋଜର

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ ମାମଲାରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ମାନେ ଜବରଦଖଲକାରୀ ନୁହଁନ୍ତି।

undefined

Suresh Pujari

Advertisment

ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ମାଟିରେ ମିଶିବ ବେଆଇନ୍ ନିର୍ମାଣ। ଜବରଦଖଲକାରୀଙ୍କୁ ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଆଜି ସମ୍ବଲପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକଥା କହିଛନ୍ତି ସୁରେଶ ପୂଜାରୀ। ଆଗରୁ ଗରିବ ଲୋକଙ୍କର ଘର ଜବରଦଖଲରେ ଥିଲେ ଉଚ୍ଛେଦ କରାଯାଉଥିଲା। ଏବେ ପ୍ରଭାବଶାଳୀଙ୍କ ଜବରଦଖଲର ଉଚ୍ଛେଦ କରାଯିବ ସେ କହିଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ ମାମଲାରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ମୁଁ ଦେଖି ଆସୁଛି ଜବରଦଖଲ ଉଚ୍ଛେଦରେ ଆଗେ ଗରିବ ଲୋକଙ୍କ ଝୁମ୍ପୁଡ଼ି ଭଙ୍ଗା ହୋଇଥାଏ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ମାନେ ଜବରଦଖଲକାରୀ ନୁହଁନ୍ତି। ସେମାନେ ତ ନିଜ ଘର ପାଇଁ ୪ ଡିସିମିଲ୍ ୨ ଡିସିମିଲ୍ ରେ କୁଡ଼ିଆ ତିଆରି କରିଥାନ୍ତି। ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରଭାବଶାଳୀ ବଡ଼ ବଡ଼ିଆଙ୍କ ବିଲଡିଂରେ ବୁଲଡୋଜର ବୁଲିବ।

Advertisment

ସୂଚନାଯୋଗ୍ୟ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି।

Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe