ଦଳୀୟ ସଙ୍କେତରେ ପ୍ରଚାର କରି ହଟହଟା ହେଲେ ସ୍ୱାଧୀନ ପ୍ରାର୍ଥୀ  

ବଣାଇ(ରଣଜିତ୍‌ ଚୌଧୁରୀ): କଂଗ୍ରେସରେ ଥିଲେ, ହେଲେ ଟିକେଟ ଦେଲାନି ଦଳ। ଶେଷରେ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜନାର୍ଦ୍ଦନ ଦେହୁରୀ। ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ଏମିତି ସ୍ଥିତି। ଏଠାରେ ସିପିଆଇଏମ୍‌ ଓ କଂଗ୍ରେସ ମେଣ୍ଟ କରିଥିବାରୁ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ। ହେଲେ ଏହି ଦଳରୁ ଆଶାୟୀ ଥିବା ଜନାର୍ଦ୍ଦନ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ ମନରୁ ଦଳୀୟ ପ୍ରୀତି ଯାଇ ନ ଥିବାରୁ ଦେହୁରୀ କଂଗ୍ରେସ ଫଟୋ ଓ ପତାକା […]

po

Mihir Pattnayak
  • Published: Tuesday, 09 April 2019
  • , Updated: 09 April 2019, 08:13 PM IST

ବଣାଇ(ରଣଜିତ୍‌ ଚୌଧୁରୀ): କଂଗ୍ରେସରେ ଥିଲେ, ହେଲେ ଟିକେଟ ଦେଲାନି ଦଳ। ଶେଷରେ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜନାର୍ଦ୍ଦନ ଦେହୁରୀ। ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ଏମିତି ସ୍ଥିତି। ଏଠାରେ ସିପିଆଇଏମ୍‌ ଓ କଂଗ୍ରେସ ମେଣ୍ଟ କରିଥିବାରୁ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ। ହେଲେ ଏହି ଦଳରୁ ଆଶାୟୀ ଥିବା ଜନାର୍ଦ୍ଦନ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।

ହେଲେ ମନରୁ ଦଳୀୟ ପ୍ରୀତି ଯାଇ ନ ଥିବାରୁ ଦେହୁରୀ କଂଗ୍ରେସ ଫଟୋ ଓ ପତାକା ଲଗାଇ ନିର୍ବାଚନ ପ୍ରଚାର କରୁଥିଲେ। ଏ ନେଇ ଅଭିଯୋଗ ହେବାପରେ କଂଗ୍ରେସ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ତାଙ୍କୁ ସ୍ପଷ୍ଟିକରରଣ ମାଗିଛନ୍ତି।

ଦଳୀୟ ପ୍ରାର୍ଥୀ ହୋଇ ନ ଥିବାରୁ ଦଳୀୟ ସଙ୍କେତ ବ୍ୟବହାର ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ଦେହୁରୀ ସୁନ୍ଦରଗଡର କଂଗ୍ରେସ ଏମ୍‌ପି ପ୍ରାର୍ଥୀ ଜର୍ଜ୍ ତିର୍କିଙ୍କ ଫଟୋ ଏବଂ ଦଳୀୟ ପତାକା ଲାଗାଇ ନିର୍ବାଚନ ପ୍ରଚାର କରୁଥିଲେ।

Related story