Advertisment

ନିର୍ବାଚନରେ ଲୁଙ୍ଗି ବନାମ ଧୋତି ୱାର

ଓଡ଼ିଆ ଅସ୍ମିତାକୁ ମୁଦ୍ଦା କରିଥିବା ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ଆରମ୍ଭ କରିଛି।

BJD

BJD

Advertisment

ଓଡ଼ିଶା ନିର୍ବାଚନ ତାତି ବଢ଼ିବା ସହ ଲୁଙ୍ଗି ବନାମ ଧୋତି ଯୁଦ୍ଧ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୁଙ୍ଗି ପିନ୍ଧା କ୍ୟାମ୍ପେନ୍ ଭିଡିଓ ଭାଇରାଲ ହେବା ପରଠାରୁ ରାଜ୍ୟ ନିର୍ବାଚନୀ ପାଣିପାଗରେ ଏବେ ଟ୍ରେଣ୍ଡ କରୁଛି ଲୁଙ୍ଗି ବନାମ ଧୋତିର ଲଢ଼େଇ।

Advertisment

ଏମିତି ବି ଓଡ଼ିଆ ଅସ୍ମିତାକୁ ମୁଦ୍ଦା କରିଥିବା ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବା ଆରମ୍ଭ କରିଛି। ସୋଶାଲ ମିଡିଆଠାରୁ ଆରମ୍ଭ କରି ଜନସାଧାରଣରେ ବି ଏହାକୁ ନେଇ ଦେଖାଦେଲାଣି ଜୋରଦାର ପ୍ରତିକ୍ରିୟା

ଯେବେଠାରୁ ସୋଶାଲ ମିଡିଆରେ ନବୀନଙ୍କ ଲୁଙ୍ଗି ପିନ୍ଧା କ୍ୟାଂପେନ୍ ଭିଡିଓ ବାର୍ତ୍ତା ଭାଇରାଲ୍ ହେଲାଣି, ସେବେଠୁ ଲୁଙ୍ଗିକୁ ନେଇ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା। ସୋମବାର ସଂଧ୍ୟାରେ ପ୍ରଥମେ ବିଜେଡି ନେତାମାନଙ୍କ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ ହୋଇଥିଲା। ଯାହାକୁ ନେଇ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲା ଲଇକେରାଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ ନବୀନ ବାବୁଙ୍କୁ ଲୁଙ୍ଗି ପିନ୍ଧାଇବା ବଦଳରେ ପାଇଜାମା ପିନ୍ଧାଇ ଆଣିଥିଲେ ଭଲ ହୋଇଥାଆନ୍ତା।

Advertisment

ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ମଙ୍ଗଳବାର ସଂଧ୍ୟାରେ ବିଜେଡିର ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ଦେଇଥିଲା। ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ବିଜେଡିର ମୁଖପାତ୍ର ଏବଂ ପାନେଲିଷ୍ଟ ଲୁଙ୍ଗି ପିନ୍ଧି ମଞ୍ଚ ଉପରକୁ ଆସି ଏହାକୁ କାଉଣ୍ଟର କରିଥିଲେ।

ତା’ସହ ମିଡିଆ ସାମନାରେ ଫଟୋ ପୋଜ୍ ଦେଇଥିଲେ। ଡ୍ରେସ୍ କୋଡ୍‍ ପଛରେ ବିଜେଡି ଯୁକ୍ତି ବାଢ଼ି ବୁଣାକାରଙ୍କୁ ସମର୍ଥନ ସହ ଓଡ଼ିଶାର ପରମ୍ପରା ଓ ସଂସ୍କୃତିର କଥା ବଖାଣିଥିଲା।

ତେବେ ରାଜ୍ୟ ରାଜନୀତିରେ ଲୁଙ୍ଗି ଚର୍ଚ୍ଚା ଏତିକିରେ ଥମି ନାହିଁ। ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା ଏକ୍ସରେ ଲୁଙ୍ଗି କ’ଣ ଆମ ସଂସ୍କୃତି କି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ଓଡ଼ିଆ ଅସ୍ମିତା ବନାମ କ୍ରୀତଦାସ ମାନସିକତା ବୋଲି ଦର୍ଶାଇ ଲୁଙ୍ଗି ନୁହଁ, ବରଂ ଧୋତି ଆମ ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାର ପରିଚୟ ବୋଲି ଲେଖିଛନ୍ତି।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୋଟିଏ ଧୋତି ପିନ୍ଧା ଫଟୋ ପୋଷ୍ଟ କରିବା ସହିତ ଲେଖିଛନ୍ତି, ଧୋତି ଓଡ଼ିଶାର ଅସ୍ମିତାର ପରିଚୟ। ଲୁଙ୍ଗି ବାଂଲାଦେଶରୁ ଆସିଥିବା ଫେରିବାଲା ପିନ୍ଧନ୍ତି। ଲୁଙ୍ଗି ତାମିଲନାଡୁରେ ପିନ୍ଧନ୍ତି, ନମାଜ କଲାବେଳେ ଲୁଙ୍ଗି ପିନ୍ଧାଯାଏ। ଲୁଙ୍ଗିକୁ ବିଜେଡି କାହିଁକି ଏତେ ପ୍ରେମ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଓଡ଼ିଶାର ଲୋକେ ଲୁଙ୍ଗି ପରିଧାନ କରନ୍ତି ନାହିଁ ବୋଲି କୁହାଯାଇ ପାରିବ ନାହିଁ। କିନ୍ତୁ ଧୋତି ହେଉଛି ଓଡ଼ିଆଙ୍କ ପରିଚୟ। ଅଧିକାଂଶ ନେତା ପୂର୍ବରୁ ଧୋତି ଓ କୁର୍ତ୍ତା ପରିଧାନ କରୁଥିଲେ।

ବିଜୁ ବାବୁଙ୍କଠାରୁ ଆରମ୍ଭ କରି ଦାମୋଦର ରାଉତ, ପ୍ରଫୁଲ୍ଲ ଘଡ଼େଇଙ୍କ ଯାଏ ଅନେକ ନେତା ସବୁବେଳେ ଧୋନି ପିନ୍ଧି ଆସୁଥିଲେ। ଏବେ ରାଜ୍ୟ ରାଜନୀତିରେ ଲୁଙ୍ଗି ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି, ତା’ ପରେ ସମସ୍ତଙ୍କ ନଜର।

Odisha BjD Bjp Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe