/odisha-reporter/media/post_attachments/uploadimage/library/16_9/16_9_0/New_CM_1718171764.jpg)
New CM
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ଶପଥ ନେବା ପୂର୍ବରୁ ସାଧାଣର ଲୋକଙ୍କ ଦୁଃଖ ଶୁଣିଛନ୍ତି ଭାବି ମୁଖ୍ୟମନ୍ତ୍ରୀ। ଏହାସହ ସାଧାରଣଙ୍କୁ ଭଲମନ୍ଦ ପଚାରି ବୁଝିଛନ୍ତି। ସେହିପରି ଭାବରେ ରାସ୍ତା କଡ଼ରେ ଛିଡା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା ହୋଇ ଭଲ ମନ୍ଦ ପଚାରି ବୁଝିଥିଲେ ଭାବି ମୁଖ୍ୟମନ୍ତ୍ରୀ। ତାଙ୍କ ସମସ୍ୟା ଓ ଅସୁବିଧା ଶୁଣିଥିଲେ। ସେ ପାଉଥିବା ସ୍ପଳ୍ପ ଦରମାରେ ପେଟ ପୁରୁନଥିବା କହିଥିଲେ ସପୃକ୍ତ କର୍ମଚାରୀ। ଭାବି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେବା ସହ ତାଙ୍କର ଦୁଃଖ ବୁଝାଯିବ ବୋଲି କହିଥିଲେ।
ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ବର୍ଷ ବର୍ଷ ଶାସନରେ ରହିଲା, ଏହାରି ମଧ୍ୟରେ ସାଧାରଣଲୋକଙ୍କ ଅଧିକାଂଶ ସମସ୍ୟା ପୂରଣ ହୋଇଯିବା କଥା। ହେଲେ ତାହା ହୋଇନାହିଁ। ସ୍ପଳ୍ପ ଦରମାରେ ଜଣେ କର୍ମଚାରୀଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆଣିଛନ୍ତି। ପେଟ ପୂରିବା ପାଇଁ ନୂଆ ସରକାର ଯଦି କିଛି କରିବେ ତାହାହେଲେ ଖୁସି ହେବେ ବୋଲି ଭାଇ ଜଣଙ୍କ ମୋ ପାଖରେ କହିଛନ୍ତି।
ସେହି ଭାଇ ଜଣଙ୍କ ମୋଦି ଗ୍ୟାରେଣ୍ଟି ଓ ନୂଆ ସରକାର ଉପରେ ବିଶ୍ୱାସ ରଖିଛନ୍ତି। ଏହି ନୂଆ ସରକାର ମୋଦିଙ୍କ ଗ୍ୟାରେଣ୍ଟିରେ ଯେଉଁମାନଙ୍କର ଅଧା ପେଟ ପୂରି ରହିଛି, ସେମାନଙ୍କର ପୂରା ପେଟ ପୂରାଇବା ପାଇଁ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ କରିବ। ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭାବି ମୁଖ୍ୟମନ୍ତ୍ରୀ ନିକଟରେ ଅଭିଯୋଗ ରଖିଥିବା ପରିବହନ ବିଭାଗ କର୍ମଚାରୀ ବିଜୟ ଶଙ୍କର ଦାସ କହିଛନ୍ତି, ଭାବି ମୁଖ୍ୟମନ୍ତ୍ରୀ ମୋ ସମସ୍ୟା କ’ଣ ଅଛି ବୋଲି ପଚାରି ବୁଝିଥିଲେ। ମୋର କିଛି ସହକର୍ମୀ ବି କମ୍ ଦରମାରେ କାମ କରୁଛନ୍ତି, ସେହି ସ୍ପଳ୍ପ ଦରମାରେ ଖାଇପିଇ ପିଲାମାନଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉ ନାହିଁ ବୋଲି କହିଥିଲି।
ନୂଆ ସରକାର ଆସିଲେ ଆମ ଦୁଃଖ ଦୂର ହେବ ବୋଲି ଆଶା କରୁଛୁ । ମୋର କାମ ହେଉ କି ନ ହେଉ ତାଙ୍କ ମିଠା କଥାରେ ମୋର ପେଟ ପୂରିଗଲା ବୋଲି କହିଛନ୍ତି ବିଜୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
