Advertisment

ବିଜେଡିର ତାମିଲ କଣ୍ଢେଇନଚାଳି ଏଯାଏ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ଶିଖିପାରିନାହାନ୍ତି’

ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ଏକ ବୟାନରେ କୁହାଯାଇଛି ଯେ, ବିଜେଡିର ତାମିଲ କଣ୍ଢେଇନଚାଳି ଏଯାଏ ଠିକ୍ ଭାବେ ଓଡ଼ିଆ ଭାଷା ଶିଖିପାରିନାହାନ୍ତି

author-image
Ordigital Desk
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗତକାଲି ବିଜେଡି ଦେଇଥିବା ଅଶାଳୀନ ଟିପ୍ପଣୀକୁ ଆଜି ବୈଜୟନ୍ତଙ୍କ କାର୍ଯ୍ୟାଳୟ କଡ଼ା ଭାଷାରେ ବିରୋଧ କରିଛି। ବିଜେଡିର ତାମିଲ କଣ୍ଢେଇନଚାଳି ଏଯାଏ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ଶିଖିପାରିନାହାନ୍ତି । ନଚେତ୍ ସେ ଜାଣିପାରିଥାନ୍ତେ ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ପଦୁଟିଏ ବି କୁହାଯାଇନଥିଲା ।

Advertisment

ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ଏକ ବୟାନରେ କୁହାଯାଇଛି ଯେ, ବିଜେଡିର ତାମିଲ କଣ୍ଢେଇନଚାଳି ଏଯାଏ ଠିକ୍ ଭାବେ ଓଡ଼ିଆ ଭାଷା ଶିଖିପାରିନାହାନ୍ତି । ତା’ହୋଇଥିଲେ ସେ ଜାଣିପାରିଥାନ୍ତେ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଦୁଟିଏ ବି ଉଲ୍ଲେଖ କରାଯାଇନଥିଲା । ଶ୍ରୀ ପଣ୍ଡା କହିଥିଲେ ଯେ, “ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଅଣଓଡ଼ିଆ ବ୍ୟକ୍ତି ନିୟନ୍ତ୍ରିତ କରୁଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକୃତ ଭିଡିଓ ନକରି ଏଆଇ ପ୍ରସ୍ତୁତ ଡିପ୍ ଫେକ୍ ଭିଡିଓ କରାଯାଉଛି ।”

ବାସ୍ତବରେ ଗତକାଲିଠୁ ସାମ୍ବାଦିକ ସମ୍ମିଳନୀ ଓ ବୟାନ ଜାରି କରି ବିଜେଡି ହିଁ ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଶାଳୀନ ଟିପ୍ପଣୀ ଦେଇଛି । ତେଣୁ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟଏହି ସମସ୍ତ ବିବାଦର ଏକ ସରଳ ସମାଧାନ  ଦେଇଛି ।

Advertisment

ପ୍ରଧାନମନ୍ତ୍ରୀ ଯେମିତି କହିଥିଲେ, ମୁଖ୍ୟମନ୍ତ୍ରୀ ସାର୍ବଜନୀନ ମଂଚକୁ ଆସି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ କୁହନ୍ତୁ । ଏହାଫଳରେ ଅଣଓଡ଼ିଆ ଶକ୍ତିଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଜାରି ସମସ୍ତ ପ୍ରକାରର ଉଦବେଗ ଓ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି ।

BjD Bjp