ପାଣ୍ଡିଆନଙ୍କ ସଭାରେ ମହିଳା ଖାଇଲେନି ଭାତ, ଟ୍ରାକ୍ଟରରେ ବୋହି ନେଇ ଫିଙ୍ଗିଦେଲେ

ମୟୂରଭଞ୍ଜ ଲୋକଙ୍କୁ ଲକ୍ଷ୍ମୀଛଡ଼ା କରିବା ପାଇଁ ପାଣ୍ଡିଆନ୍‌ ଆସିଥିଲେ। ଏହାକୁ ଆମେ ନିନ୍ଦା କରୁଛୁ। ମୟୂରଭଞ୍ଜରେ ପାଣ୍ଡିଆନ୍‌ଙ୍କ ମୁଖା ଖୋଲି ଯାଇଛି ବୋଲି କାନ୍ଦରା ସୋରେନ କହିଛନ୍ତି।

Baripada PhotoOR

ବଳକା ଭାତକୁ ଟ୍ରାକ୍ଟର ଡାଲରେ ଭର୍ତ୍ତି କରାଯାଇ ଫିଙ୍ଗିବାକୁ ନିଆଯାଉଛି

Manoranjan Sial
  • Published: Monday, 14 August 2023
  • Updated: 14 August 2023, 05:44 PM IST

Sports

Latest News

ମହା ଆଡ଼ମ୍ୱରେ ଆୟୋଜନ ହୋଇଥିଲା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସଭା। ସେଥିପାଇଁ ପୂରା ଦମ୍‌ରେ ଲାଗି ପଡ଼ିଥିଲା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ତଥାପି ସଭାକୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା(ଏସ୍‌ଏଚ୍‌ଜି) ନଖାଇ ଚାଲିଗଲେ। କ’ଣ ପାଇଁ ମହିଳାମାନେ ମଧ୍ୟାହ୍ନ ଭୋଜନ କଲେ ନାହିଁ, ତାହା ଜଣାପଡ଼ି ନଥିବା ବେଳେ ସଭା ପରେ ଟ୍ରାକ୍ଟରରେ ଭାତ ବୁହାଯାଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏହି ଭାତ ଫିଙ୍ଗିବାକୁ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେପି।

ଗତ ୧୧ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ। କରଞ୍ଜିଆ କଲେଜ ପଡ଼ିଆରେ ଆୟୋଜନ ହୋଇଥିବା ସଭାରେ ସେ ଯୋଗ ଦେଇଥିଲେ। ସଭାକୁ ସଫଳ କରିବା ପାଇଁ ପୂରା ଜିଲ୍ଲା ପ୍ରଶାସନ ଲାଗି ପଡ଼ିଥିଲା। ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଗାଡ଼ିରେ ଅଣା ଯାଇଥିଲା। ଖାଲି ସେତିକି ନୁହେଁ, ମହିଳାଙ୍କ ଯିବାଆସିବା ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନ (ଭାତ, ଡାଲମା ଓ ଖଟା)ର ବ୍ୟବସ୍ଥା କରିଥିଲା ପ୍ରଶାସନ।

ସବୁ ସଭା ପରି ୫-ଟି ସଚିବ ପାଣ୍ଡିଆନ୍‌ ବାବୁ ଚିରାଚରିତ ଢଙ୍ଗରେ ଭାଷଣ ଦେଇଥିଲେ। ଏସ୍‌ଏଚ୍‌ଜି ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ। ଆଉ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ। ହେଲେ ସଭାରେ କ’ଣ ହେଲା କେଜାଣି, ମହିଳାମାନେ ଖାଦ୍ୟ ନଖାଇ ପଳାଇଗଲେ। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ମହିଳାମାନେ ନଖାଇ ଚାଲି ଯାଇଥିବା କୁହାଯାଉଛି। କିନ୍ତୁ ଶୁଣିବାକୁ ମିଳୁଛି, ମହିଳାଙ୍କ ଅଭିଯୋଗ କେହି ନଶୁଣିବାରୁ ରାଗିକି ସେମାନେ ଖାଇ ନ ଥିଲେ।

Also Read

ସେ ଯାହା ହେଉନା କାହିଁକି ରନ୍ଧା ଯାଇଥିବା ଖାଦ୍ୟ ବଳି ପଡ଼ିଥିଲା। ଗୋଟିଏ ଟ୍ରାକ୍ଟର ଡାଲା ଭର୍ତ୍ତି ଭାତ ବଳି ପଡ଼ିଥିଲା। ତାହା ସହିତ ବଳିପଡ଼ିଥିଲା ଡାଲମା ଓ ଖଟା। ବଳିପଡ଼ିଥିବା ଭାତ, ଡାଲମା ଓ ଖଟାକୁ ଟ୍ରକ୍ଟରରେ ନେଇ ଡମ୍ପିଂୟାଡ୍‌ରେ ଫୋପାଡ଼ି ଦିଆଯାଇଥିଲା। କରଞ୍ଜିଆ ଏନ୍‌ଏସି କର୍ତ୍ତୃପକ୍ଷ ମାଟି ତଳେ ପୋତିବା ପରିବର୍ତ୍ତେ ଏହି ଖାଦ୍ୟକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ଟ୍ରାକ୍ଟରର ଡାଲାରେ ଭାତ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭିଡିଓରେ ଯେତିକି ଖାଦ୍ୟ ଅଛି, ତା’ଠାରୁ ଆହୁରି ବହୁ ପରିମାଣର ଭାତ, ଡାଲମା ଓ ଖଟା ଫିଙ୍ଗା ଯାଇଛି।

ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାର ଲୋକ ସଂଖ୍ୟା ୨୦୧୧ ମସିହା ଜନଗଣନା ଅନୁସାରେ ୨୫,୧୯,୭୩୮। ଅଧିକାଂଶ ହେଉଛନ୍ତି ଆଦିବାସୀ। ଶିଳ୍ପ ବିହୀନ ଏହି ଜିଲ୍ଲାର ଲୋକମାନେ ଭାତ ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି। ଘରର ବଢିଲା ପୁଅ ପାଠ ପଢ଼ାରେ ଡୋରୀ ବାନ୍ଧି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛି। ଗାଁ ଲୋକମାନେ ଠିକ୍‌ ସମୟରେ ପିଡିଏସ୍‌ ଚାଉଳ ପାଉନାହାନ୍ତି। ସେପରି ସ୍ଥିତିରେ ରନ୍ଧା ଭାତ ଫିଙ୍ଗିବା କେତେଦୂର ଯୁକ୍ତିଯୁକ୍ତ? ପ୍ରଶାସନିକ ଅଧିକାରୀମାନେ ଚାହିଁଥିଲେ କ’ଣ ସେହି ଖାଦ୍ୟକୁ ବାଣ୍ଟି ଦେଇପାରି ଥାଆନ୍ତେ? ଏହାକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ଘେରିଛନ୍ତି କଂଗ୍ରେସ ଓ ବିଜେପି।

ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ କହିଛନ୍ତି, ଓଡ଼ିଶାରେ ଲୋକେ ଚାଉଳ ପାଉନାହାନ୍ତି। କେନ୍ଦ୍ର ଚାଉଳ ଦେଉନି ବୋଲି ରାଜ୍ୟ ସରକାର କହୁଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଟ୍ରାକ୍ଟରରେ ନେଇ ଫିଙ୍ଗି ଦିଆଯାଇଛି। ଗୋଟିଏ ନୁହେଁ, ଏକାଧିକ ଟ୍ରାକ୍ଟରରେ ଖାଦ୍ୟ ନେଇ ଫିଙ୍ଗା ଯାଇଛି। ଏହାଠାରୁ ଦୁର୍ଭାଗ୍ୟର ଘଟଣା ଆଉ କିଛି ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। 

ସେହିପରି ଜିଲ୍ଲା ବିଜେପି ସଭାପତି କାନ୍ଦରା ସୋରେନ କହିଛନ୍ତି, ପାଣ୍ଡିଆନଙ୍କ ପାଖରେ ଗୁହାରୀ କରିବା ପାଇଁ ଏସ୍‌ଏଚ୍‌ଜି ମହିଳାମାନେ ଆସିଥିଲେ। ହେଲେ ସେମାନଙ୍କୁ ଅଭିଯୋଗ ଜଣାଇବାକୁ ସୁଯୋଗ ଦିଆଗଲା ନାହିଁ। ସେଥିପାଇଁ ମହିଳାମାନେ ରାଗି ନଖାଇ ପଳାଇଗଲେ। ଆଉ ଟ୍ରକ୍‌ ଟ୍ରକ୍‌ ଖାଦ୍ୟ ନଷ୍ଟ ହେଲା। ମୟୂରଭଞ୍ଜ ଲୋକଙ୍କୁ ଲକ୍ଷ୍ମୀଛଡ଼ା କରିବା ପାଇଁ ପାଣ୍ଡିଆନ ଆସିଥିଲେ। ଏହାକୁ ଆମେ ନିନ୍ଦା କରୁଛୁ। ମୟୂରଭଞ୍ଜରେ ପାଣ୍ଡିଆନଙ୍କ ମୁଖା ଖୋଲି ଯାଇଛି ବୋଲି ଶ୍ରୀ ସୋରେନ୍‌ କହିଛନ୍ତି।

ରିପୋର୍ଟ-ବାରିପଦାରୁ ମାଣିକଲାଲ୍‌ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story