Advertisment

ରାଜ ଠାକରେଙ୍କ ପାଇଁ ଉଦ୍ଧବଙ୍କ ପୁଅ ଜିତିଲେ, ଉଦ୍ଧବଙ୍କ ପାଇଁ ରାଜ ଠାକରେଙ୍କ ପୁଅ ହାରିଲେ

ଆଦିତ୍ୟ ଠାକରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱର୍ଲିରୁ ଜିତିଥିବା ବେଳେ ଡେବ୍ୟୁଟାଣ୍ଟ ଅମିତଙ୍କୁ ଲଜ୍ଜାଜନକ ପରାଜୟବରଣ କରିବାକୁ ପଡ଼ିଛି।

author-image
Hemant Lenka
amit

amit

ଦୀର୍ଘ ୫୦ ବର୍ଷ ହେଲାଣି ମହାରାଷ୍ଟ୍ର ରାଜନୀତିରେ ଠାକରେ ପରିବାର ଦବଦବା ରହିଛି। ୨୦୨୪ରେ ମହାରାଷ୍ଟ୍ର ବିଧାନସଭାରେ ଠାକରେ ପରିବାରର ଦୁଇ ପୁଅ ଭାଗ୍ୟ ପରୀକ୍ଷା କରିଥିଲେ। ଆଦିତ୍ୟ ଓ ଅମିତ ଯଥାକ୍ରମେ ଓର୍ଲି ଓ ମହିମ ଆସନରୁ ପ୍ରାର୍ଥୀ ହୋଇଥିଲେ।

Advertisment

ଆଦିତ୍ୟ ଠାକରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱର୍ଲିରୁ ଜିତିଥିବା ବେଳେ ଡେବ୍ୟୁଟାଣ୍ଟ ଅମିତଙ୍କୁ ଲଜ୍ଜାଜନକ ପରାଜୟବରଣ କରିବାକୁ ପଡ଼ିଛି। ସେ ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଆଦିତ୍ୟ ହେଉଛନ୍ତି ଉଦ୍ଧବ ଠାକରେଙ୍କ ପୁଅ। ତାଙ୍କର ଲଢ଼େଇ କଂଗ୍ରେସ ଛାଡ଼ି ଶିବସେନାରେ ମିଶିଥିବା ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରାଙ୍କ ସହ ହୋଇଥିଲା।

ରାଜ ଠାକରେଙ୍କ ପୁଅ ଅମିତ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ତାଙ୍କୁ ସମର୍ଥନ ଘୋଷଣା କରିଥିଲା। ତଥାପି ସେ ପରାସ୍ତ ହୋଇଛନ୍ତି। ବିଜୟ ପାଇଁ ଆଦିତ୍ୟ ଦାଦା ରାଜ ଠାକରେଙ୍କୁ ଧନ୍ୟବାଦ ଦେଇପାରନ୍ତି। ସେହିପରି ଅମିତ ବଡ଼ ବାପା ଉଦ୍ଧବଙ୍କୁ ପରାଜୟ ପାଇଁ ଦାୟୀ କରିପାରନ୍ତି।

Advertisment

ଏକଦା ଓର୍ଲି ଓ ମହିମ ଅବିଭାଜିତ ଶିବସେନାର ଗଡ଼ ଭାବେ ପରିଚିତ ଥିଲା। କିନ୍ତୁ ବିଭାଜନ ପରେ ଏଠାରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଏଥିଯୋଗୁ ଭୋଟ ବିଭାଜନ ମଧ୍ୟ ହୋଇଛି।

ୱର୍ଲିରେ ଆଦିତ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ମିଲିନ୍ଦ। ରାଜନୀତିକ ପଣ୍ଡିତମାନେ ମଧ୍ୟ ମିଲିନ୍ଦ ଏଠାରେ ଜିତିବେ ବୋଲି କହିଥିଲେ। ହେଲେ ୨୦୧୯ରେ ଏଠାରେ ୭୨.୭% ଭୋଟ ପାଇଥିବା ଆଦିତ୍ୟ ପୁଣି ବିଜୟ ବାନା ଉଡ଼ାଇଛନ୍ତି। ସେ ପ୍ରାୟ ୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ୨୦୧୯ ନିର୍ବାଚନରେ ଓର୍ଲିରେ କୌଣସି ପ୍ରାର୍ଥୀ ଦେଇ ନଥିଲା। କିନ୍ତୁ ୨୦୨୪ରେ ଏମଏନଏସ ସନ୍ଦୀପ ଦେଶପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା। ଫଳ ସ୍ୱରୂପ ଏଠାରେ ଭୋଟ ବିଭାଜନ ହୋଇଥିଲା।

ଆଦିତ୍ୟଙ୍କୁ ୬୦,୬୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ମିଲିନ୍ଦ ୫୨,୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସନ୍ଦୀପଙ୍କ ଖାତାକୁ ୧୮,୮୫୮ ଖଣ୍ଡ ଭୋଟ ଯାଇଛି। ଯଦି ସନ୍ଦୀପ ପ୍ରାର୍ଥୀ ହୋଇ ନଥାଆନ୍ତେ, ତା’ହେଲେ ସେ ପାଇଥିବା ୧୮ ହଜାର ଭୋଟରୁ ଅଧିକାଂଶ ସମ୍ଭବତଃ ମିଲିନ୍ଦଙ୍କ ଖାତାକୁ ଯାଇଥାଆନ୍ତା।

ସମାନ ଭାବେ ମହିମରେ ମଧ୍ୟ ତ୍ରିପାକ୍ଷିକ ଲଢ଼େଇ ଦେଖିବାକୁ ମିଳିଛି। ଏଠାରେ ସିନ୍ଦେ ସେନା, ଉଦ୍ଧବ ସେନା ଓ ଏମଏନଏସ୍‌ ମଧ୍ୟରେ ଲଢ଼େଇ ହୋଇଛି। ବର୍ତ୍ତମାନ ଉଦ୍ଧବ ସେନାର ମହେଶ ସାୱନ୍ତ ପ୍ରାୟ ୧ ହଜାର ଭୋଟରେ ଲିଡ କରୁଥିବା ବେଳେ ସିନ୍ଦେ ସେନାର ସଦା ସର୍ଭନକର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ରାଜ ଠାକରେଙ୍କ ପୁଅ ୨୯ ହଜାର ଭୋଟ ସହ ବହୁ ପଛରେ ରହିଛନ୍ତି। ତେଣୁ ଯଦି ଉଦ୍ଧବ ଠାକରେ ଏଠାରେ ପ୍ରାର୍ଥୀ ଦେଇ ନଥଆନ୍ତେ, ତା’ହେଲେ ଅମିତ ନିଶ୍ଚତ ଭାବେ ବିଜୟୀ ହୋଇଥାଆନ୍ତେ ବୋଲି କୁହାଯାଉଛି।

Maharashtra Eelection 2024