Advertisment

ମହାରାଷ୍ଟ୍ର ନିର୍ବାଚନ ଲଢ଼ିବନି AAP, ମହାବିକାଶ ଅଘାଡ଼ି ପାଇଁ ପ୍ରଚାର କରିବେ କେଜ୍ରିୱାଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବନି ଆମ ଆଦମୀ ପାର୍ଟି। ମହାବିକାଶ ଅଘାଡ଼ି ମେଣ୍ଟ ପାଇଁ ପ୍ରଚାର କରିବେ ଅରବିନ୍ଦ କେଜ୍ରିୱାଲ।

Arvind Kejriwal and Uddhav Thackeray

Arvind Kejriwal and Uddhav Thackeray

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ଆମ ଆଦମୀ ପାର୍ଟି। ଏନେଇ ଦଳର ଆଧିକାରୀକ ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ଘୋଷଣା କରାଯାଇଛି। ତେବେ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହାବିକାଶ ଅଘାଡ଼ି (ଶିବସେନା ଉଦ୍ଧବ ଗୋଷ୍ଠୀ, ଏନସିପି ଏସସିପି ଓ କଂଗ୍ରେସ) ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisment

ଏହା ପୂର୍ବରୁ ଆଲୋଚନା ହେଉଥିଲା ଯେ, ଆମ ଆଦମୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିପାରେ। ଏପରିକି ଗୋଟିଏ ଆସନରେ ଦଳ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ଆଲୋଚନା ମଧ୍ୟ କରିଥିଲା। ମହାରାଷ୍ଟ୍ରର କେବଳ ମାଲବାର ହିଲ୍ ଆସନରୁ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲା ବୋଲି ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ବୋଲି ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି।

ପ୍ରକାଶ ଥାଉ, ମହାରାଷ୍ଟ୍ରର ସମସ୍ତ 288 ଆସନରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର 20 ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର 23ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment
Arvind Kejriwal Aam Aadmi Party Maharashtra Politics Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe