Advertisment

ବିଜେପି ବିରୋଧରେ କେଜ୍ରିୱାଲଙ୍କ ଖୁଲାସା; ଆପ୍‌ ବିଧାୟକଙ୍କୁ ମିଳିଛି ୨୫ କୋଟି ଲେଖାଏଁର ଅଫର

‘ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଫୁଲ୍‌ ଦମରେ ଲାଗିଛି ବିଜେପି। ଏପରିକି ଆପ୍‌ ବିଧାୟକଙ୍କୁ ଦିଆଯାଉଛି ୨୫ କୋଟି ଲେଖାଏର ଅଫର । ଏଥିସହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାର ଲୋଭ ବି ଦେଖାଯାଉଛି। ’

Delhi CM Arvind Kejriwal

Delhi CM Arvind Kejriwal

Advertisment

‘ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଫୁଲ୍‌ ଦମରେ ଲାଗିଛି ବିଜେପି। ଏପରିକି ଆପ୍‌ ଛାଡ଼ି ବିଜେପିରେ ମିଶିବାକୁ ୨୫ କୋଟି ଲେଖାଏର ଅଫର । ଏଥିସହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାର ଲୋଭ ବି ଦେଖାଯାଉଛି। ’

Advertisment

ବିଜେପି ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାର ଯଥେଷ୍ଟ ତଥ୍ୟ , ପ୍ରମାଣ ପାଖରେ ଥିବା ବେଳେ ସମୟ ଆସିଲେ ତାହାକୁ ସାର୍ବଜନିନ କରିବେ ବୋଲି ବି ଚେତାଇ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ସୋଶାଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, କିଛି ଦିନ ପୂର୍ବେ ବିଜେପି ପକ୍ଷରୁ ଆମର ୭ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। କିଛି ଦିନରେ କେଜ୍ରିୱାଲଙ୍କୁ ଗିରଫ କରାଯିବ । ଏହାପରେ ଦିଲ୍ଲୀରେ ଆପ୍‌ ସରକାର ଭାଙ୍ଗିଯିବ ବୋଲି କହି ଆମ ଦଳର ବିଧାୟକଙ୍କୁ ଭ୍ରମିତ କରାଯାଉଛି। ଏଥିନିମନ୍ତେ ସେମାନେ ଆମର ୨୧ ବିଧାୟକଙ୍କ ସହ ଆଲୋଚନା କରି ସାରିଥିବା ବେଳେ ଆଉ କିଛି ବିଧାୟକଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

Advertisment

ଏପରିକି ସେମାନେ ଆମ ବିଧାୟକଙ୍କୁ ପ୍ରଲୋଭିତ କରିବା ସହ ତାଙ୍କ ଦଳରେ ମିଶିବାକୁ ୨୫ କୋଟି ଲେଖାଏଁର ଅଫର ଦେଇଛନ୍ତି। ଏଥିସହ ବିଜେପି ଟିକେଟରେ ବି ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦ ସମ୍ଭାଳିଥିବା ଅତିଶି କହିଛନ୍ତି, ବିଜେପି ତରଫରୁ ଆମର ୭ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଛି। ଆମ ପାଖରେ ଏହାର ସମସ୍ତ ରେକର୍ଡିଂ ଉପଲବ୍ଧ ରହିଛି। ଏହାକୁ ଆମେ ଠିକ୍‌ ସମୟରେ ସାମନାକୁ ଆଣିବୁ। ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ବିଜେପିର ଅସଲ ଚେହେରା ଖୋଲିଯିବ।

Bjp Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe