Advertisment

ବାଜିଲା ମୋହର, ଏକାଠି ହେଲେ ଆପ୍‌-କଂଗ୍ରେସ

୫ ରାଜ୍ୟରେ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଉଭୟ ଦଳ ଆନୁଷ୍ଠାନିକ ରୂପେ ଘୋଷଣା କରିଛନ୍ତି।

author-image
Madhupriya Mistry
Congress and AAP

Congress and AAP

ବାଜିଲା ମୋହର। ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଏକାଠି ହୋଇଛନ୍ତି ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ। ୫ ରାଜ୍ୟରେ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଉଭୟ ଦଳ ଆନୁଷ୍ଠାନିକ ରୂପେ ଘୋଷଣା କରିଛନ୍ତି। ପଞ୍ଜାବକୁ ଛାଡି ହରିୟାଣା, ଦିଲ୍ଲୀ, ଗୋଆ, ଚଣ୍ଡିଗଡ ଓ ଗୁଜରାଟିରେ ଏହି ଦୁଇ ଦଳ ମଧ୍ୟରେ ଆସନ ଭାଗ ବଣ୍ଟା ଶେଷ ହୋଇଛି। ଆପ୍‌ କଂଗ୍ରେସ ମିଶି ଏଠାରେ ନିର୍ବାଚନ ଲଢ଼ିବେ। ଏନେଇ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳ ଘୋଷଣା କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜୁରାଟ, ଚଣ୍ଡିଗଡ, ଗୋଆ ଏବଂ ହରିୟାଣାର ଆସନ ଉପରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆଲୋଚନା ପ୍ରାୟ ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍‌ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ। ଆମ୍ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ତିନୋଟି ସିଟ୍ ଉତ୍ତର ପୂର୍ବ, ଚାନ୍ଦନୀ ଚୌକ୍ ଏବଂ ପୂର୍ବ ଦିଲ୍ଲୀ କଂଗ୍ରେସକୁ ଦିଆଯାଇଛି। 

ସେହିପରି ଗୁଜରାଟର ୨୪ ଟି ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଗୁଜରାଟର ଦୁଇଟି ଲୋକସଭା ଆସନ  ଭରୁଚ ଏବଂ ଭାବନଗରରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ।  ହରିୟାଣାର ଗୋଟିଏ ଆସନ କୁରୁକ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଲଢ଼ିବ। ଅନ୍ୟ ୯ଟି ଆସନରେ କଂଗ୍ରେସ ନିଜ ପ୍ରାର୍ଥୀ ଦେବ। ଚଣ୍ଡିଗଡ଼ ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିସହ ଗୋଆର ଉଭୟ ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ।

Advertisment

କହିରଖୁ ଯେ, ପଞ୍ଜାବରେ ଆପୋଷ ସହମତିରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପୃଥକ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ କଂଗ୍ରେସର ମେଣ୍ଟ ହୋଇଛି। ୟୁପିରେ କଂଗ୍ରେସ ସମାଜବାଦୀ ପାର୍ଟି ଏବଂ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସହିତ ମିଶି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛି।

Congress AAP Loksabha Election 2024