Advertisment

ମାସିକ ୧ ହଜାର ଟଙ୍କା ଲେଖାଏ ପାଇବେ ମହିଳା, ଘୋଷଣା କଲେ ଅର୍ଥମନ୍ତ୍ରୀ

ଦିଲ୍ଲୀ ବିଧାନସଭାରେ ଆତିଶୀ ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ମହିଳାମାନଙ୍କ ହୋଇଥିବା ଭତ୍ତା ବ୍ୟବସ୍ଥା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

AAP

AAP

Advertisment

ଦେଶର ରାଜଧାନୀ ଦିଲ୍ଲୀର ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆପ୍‌ ସରକାର। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଅଧୀନରେ ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ମିଳିବ।

Advertisment

୨୦୨୪-୨୫ ଆର୍ଥିକ ବର୍ଷରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କ ମହିଳାଙ୍କୁ କେଜ୍ରିୱାଲ ସରକାର ୧ ହଜାର ଟଙ୍କା ଲେଖାଏ ଦେବେ ବୋଲି ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶୀ ଘୋଷଣା କରିଛନ୍ତି।

ଆଜି ଦିଲ୍ଲୀ ବିଧାନସଭାରେ ଆତିଶୀ ପ୍ରଥମଥର ପାଇଁ ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ମହିଳାମାନଙ୍କ ହୋଇଥିବା ଭତ୍ତା ବ୍ୟବସ୍ଥା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

Advertisment

ଆତିଶୀ କହିଛନ୍ତି, “କେଜ୍ରିୱାଲ ସରକାର ୧୮ ବର୍ଷ ବୟସରୁ ଅଧିକ ସମସ୍ତ ମହିଳାମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏ ଦେବେ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ସମସ୍ତ ମହିଳା ଏହି ସୁବିଧାର ଲାଭ ପାଇପାରିବେ।”

ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟରାଦ ମଧ୍ୟ ସରକାର କହିଛନ୍ତି। ମହିଳାମାନଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ସରକାର ଏପରି ଯୋଜନା କରିଥିବା ଆତିଶୀ କହିଛନ୍ତ।

ଯୋଗ୍ୟ ହିତାଧିକାରୀ

୧- ଯୋଜନାର ଲାଭ ପାଇବେ ପାଇଁ ଜଣେ ମହିଳାଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ ଓ ତାଙ୍କର ଦିଲ୍ଲୀ ଭୋଟର ପରିଚୟ ଥିବ

୨- ସେକୌଣସି ପ୍ରକାରର ଟିକସ ଦେଉ ନଥିବେ

୩- ଯଦି ଜଣେ ମହିଳା ଅନ୍ୟ କୌଣସି ପେନସନ ସ୍କିମ କିମ୍ବା ସରକାରୀ କର୍ମୀ ହୋଇଥିବେ, ତା’ହେଲେ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାର ଲାଭ ମିଳିବ ନାହିଁ।

ଆଜି ଆତିଶୀ ୭୬ ହଜାର କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାନ କରିଛନ୍ତି। ସରକାରଙ୍କ ରାମ ରାଜ୍ୟର ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ସରକାର ତତ୍ପର ବୋଲି ସେ କହିଛନ୍ତି।

Aam Aadmi Party Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe