Advertisment

କଂଗ୍ରେସ ନୁହେଁ, ଏନସିକୁ ସମର୍ଥନ ଘୋଷଣା କଲେ ଆପ୍‌ର ଏକମାତ୍ର ବିଧାୟକ

ଏନସିକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ଦଳର ସମର୍ଥିତ ବିଧାୟକଙ୍କ ସଂଖ୍ୟା ୪୭କୁ ବଢ଼ିଛି। କାରଣ ଗତକାଲି ୪ ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଦେଇଥିଲେ।

author-image
Hemant Lenka
Kejriwal

Kejriwal

ଜମ୍ମୁ-କଶ୍ମୀରରେ ପ୍ରଥମଥର ପାଇଁ କୌଣସି ବିଧାନସଭା ଆସନ ଜିତିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବଡ଼ ନିଷ୍ପତ୍ତି ନେଇଛି। ଦଳର ଏକମାତ୍ର ବିଧାୟକ ସରକାର ଗଠନ କରିବାକୁ ଯାଉଥିବା ନ୍ୟାଶନାଲ କନଫରେନ୍ସ(ଏନସି)କୁ ସମର୍ଥନ ଘୋଷଣା କରିଛନ୍ତି। ଏନେଇ ଆପ୍‌ର ଡୋଡା ବିଧାୟକ ମହେରାଜ ମଲିକ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଚିଠି ଲେଖି ଜଣାଇଛନ୍ତି।

Advertisment

ଏନସିକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ଦଳର ସମର୍ଥିତ ବିଧାୟକଙ୍କ ସଂଖ୍ୟା ୪୭କୁ ବଢ଼ିଛି। କାରଣ ଗତକାଲି ୪ ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଦେଇଥିଲେ।

ବିଧାନସଭା ନିର୍ବାଚନରେ ଏନସି ୪୨ଟି ଆସନ ଜିତିଥିଲା। ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପରେ ଏହି ସଂଖ୍ୟା ୪୬କୁ ବଢ଼ିଥିଲା। ଏବେ ଆପ୍‌ର ବିଧାୟକ ମଧ୍ୟ ଏନସିକୁ ସମର୍ଥନ ଘୋଷଣା କରିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜମ୍ମୁ-କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ କେବଳ ୬ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ୨୦୧୪ରେ ଦଳ ୧୨ଟି ଆସନ ଜିତି ଥିବେ ବେଳେ ଏବେ ୬କୁ ଖସି ଆସିଛି। ତଥାପି ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିନେଇଛନ୍ତି।

ଏନସି ସହ କଂଗ୍ରେସ ଥିବା ବେଳେ ଆପ୍‌ ବିଧାୟକ ଲେଖିଥିବା ଚିଠିରେ କେବଳ ଏନସିର ନାଁ ରହିଛି। ଆପ୍‌ ବିଧାୟକ ମଲିକ କହିଛନ୍ତି ଯେ ସେ ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଯାଉଥିବା ଏନସିକୁ ସମର୍ଥନ କରୁଛନ୍ତି। ହେଲେ ସେ ମେଣ୍ଟରେ ଥିବା କଂଗ୍ରେସର ନାଁ ନ ନେବା ସମସ୍ତଙ୍କୁ ଚକିତ କରିଛି।

କଂଗ୍ରେସ ଭଳି ଆପ୍‌ ମଧ୍ୟ ଇଣ୍ଡିଆ ମେଣ୍ଟର ସଦସ୍ୟ। ତେବେ ହରିୟାଣାରେ କଂଗ୍ରେସ ସହ ଆପ୍‌ର ସିଟ ବୁଝାମଣା ନ ହେବାରୁ ଉଭୟ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। କଂଗ୍ରେସର ବିଜୟ ସୁଯୋଗ ହରିୟାଣାରେ ଅଧିକ ଥିବା କୁହାଯାଇଥିଲା।

ହେଲେ ଅପ୍ରତ୍ୟାଶିତ ଢଙ୍ଗରେ କଂଗ୍ରେସକୁ ବିଜେପି ଠାରୁ ହାରିବାକୁ ପଡ଼ିଥିଲା। ଏହି ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଥିବା ଆପ୍‌, ଶିବସେନା ଓ ସମାଜବାଦୀ ପାର୍ଟି ଭଳି ଦଳ ଗୁଡ଼ିକ କଂଗ୍ରେସକୁ ସମାଲୋଚନା କରିଥିଲେ।

ଏବେ ଆପ୍‌ ଜମ୍ମୁ-କଶ୍ମୀରରେ ଇଣ୍ଡିଆ ମେଣ୍ଟ ବଦଳରେ କେବଳ ଏନସିକୁ ସମର୍ଥନ ଘୋଷଣା କରୁଥିବା ଚିଠିରେ ଉଲ୍ଲେଖ କରିବା କଂଗ୍ରେସ ପାଇଁ ଏକ ଝଟକା ସଦୃଶ ହୋଇଛି। ହରିୟାଣାରେ କଂଗ୍ରେସ ସିଟ୍‌ ନ ଛାଡ଼ିବାରୁ ଆପ୍‌ ଏପରି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

Rahul Gandhi Jammu Kashmir Arvind Kejriwal