Advertisment

ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍

ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।

author-image
Debibandita Barick
Arvind Kejriwal & Kailash Gahlot

Arvind Kejriwal & Kailash Gahlot

କୈଳାଶ ଗେହଲଟ ଆପରୁ ଇସ୍ତଫା ଦେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏକ ସାମ୍ବାଦିକ ସମ୍ମିଳନୀ କରି ଗେହଲଟଙ୍କ ଇସ୍ତଫା ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କ ଦ୍ୱାରା ସଂଗଠିତ ଏକ ଷଡଯନ୍ତ୍ର ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। 

Advertisment

ଏଥିସହ ଗେହଲଟଙ୍କୁ ମାସେ ଧରି ହଇରାଣ କରାଯାଉଥିଲା ବୋଲି କେଜ୍ରିୱାଲ କହିଛନ୍ତି। ରାଜନୈତିକ ଫାଇଦା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା କହି ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ।

ସେପଟେ, ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ଗେହଲଟଙ୍କ ଇସ୍ତଫାକୁ ନେଇ ବିଜେପିକୁ ଦାୟୀ କରିଛନ୍ତି। ବିଜେପି ନିମ୍ନସ୍ତରର ରାଜନୀତି ଏବଂ ଷଡଯନ୍ତ୍ରରେ ସଫଳ ହୋଇଛି ବୋଲି ସାଂସଦ ସଞ୍ଜୟ ସିଂହ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ଗେହଲଟଙ୍କ ଉପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ତଦନ୍ତ ଚାପ ରହିଥିଲା। ଇଡି ଓ ସିବିଆଇ ତାଙ୍କୁ ଟାର୍ଗେଟ କରିଥିଲେ। ସେଥିପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି। 

ଇସ୍ତଫା ପତ୍ରରେ ଗେହଲଟ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ବିଜେପି ସ୍କ୍ରିପ୍ଟ। ଗେହଲଟ ପାଞ୍ଚ ବର୍ଷ ଆପ୍ ସରକାରରେ ରହିଥିବାରୁ ଏପରି ଅଭିଯୋଗ ଆଣିପାରିବେ ନାହିଁ। ବିଜେପି ତାଙ୍କୁ ଯେଉଁ ସ୍କ୍ରିପ୍ଟ ଦେଇଛି, ସେ ତାହା ପଢିଛନ୍ତି ବୋଲି ସଞ୍ଜୟ ସିଂହ କହିଛନ୍ତି। 

ପ୍ରକାଶ ଥାଉକି, ଆଜି ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ ଥିବା କୈଳାଶ ଗେହଲଟ ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଗେହଲଟଙ୍କ ଇସ୍ତଫା ରାଜନୀତିକୁ ସରଗରମ କରିଦେଇଛି। 

Arvind Kejriwal AAP Kailash Gahlot