Advertisment

ଉପ ନିର୍ବାଚନ: ଗୁଜରାଟରେ ବିଜେପିକୁ ହରାଇଲା ଆପ୍‌, କେରଳରେ କଂଗ୍ରେସର ବାଜିମାତ

ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିଜେପି ଠାରୁ ହାରିଥିଲା। ସେବେଠାରୁ ବିଜୟ ସନ୍ଧାନରେ ଥିବା ଆପ୍‌ ଏବେ ଗୁଜରାଟ ଉପ ନିର୍ବାଚନରେ ଜିତିବାକୁ ସକ୍ଷମ ହୋଇଛି।

aap

aap

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ବିଜେପିକୁ ଲାଗିଛି ବଡ଼ ଝଟକା। ରାଜ୍ୟର ବିସାବଦର ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପିକୁ ହରାଇ ଦେଇଛି ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌। ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିଜେପି ଠାରୁ ହାରିଥିଲା। ସେବେଠାରୁ ବିଜୟ ସନ୍ଧାନରେ ଥିବା ଆପ୍‌ ଏବେ ଗୁଜରାଟ ଉପ ନିର୍ବାଚନରେ ଜିତିବାକୁ ସକ୍ଷମ ହୋଇଛି।

Advertisment

୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଏଠାରେ ଆପ ଟିକେଟରୁ ଭୂପେନ୍ଦର ଭାୟାନୀ ବିଜୟ ହୋଇଥିଲେ। ସେ ବିଜେପିର ହର୍ଶଦକ କୁମାର ରିବାଦିୟାଙ୍କୁ ପ୍ରାୟ ୭ ହଜାର ଖଣ୍ଡ ଭୋଟରେ ହରାଇ ଦେଇଥିଲେ। ୩ ବର୍ଷ ତଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଗୁଜରାଟରେ ଡେବ୍ୟୁ କରିବା ସହ ୫ଟି ଆସନ ଜିତିଥିଲା।

କିନ୍ତୁ ପ୍ରାୟ ଗୋଟିଏ ବର୍ଷ ପରେ ଭୂପେନ୍ଦର ଆପ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏଥିଯୋଗୁ ବିସାବଦର ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୦୭ରୁ ଏଠାରେ ଜିତି ନଥିବା ବିଜେପି ଏଥର କିରିତ ପଟେଲଙ୍କୁ ଟିକେଟ ଦେଇଥିଲା। ହେଲେ ଏଠାରେ ସେ ବିଜେପିକୁ ଜିତାଇ ପାରି ନାହାନ୍ତି। ଆପ୍‌ର ଗୋପାଲ ଇଟାଲିଆ ଏଠାରେ ୧୭ ହଜାରରୁ ଅଧିକ ଭୋଟରେ ଜିତି ଦଳର ମାନ ରଖିଛନ୍ତି। ଏହି ବିଜୟ ପରେ ଗୁଜରାଟ ଆପ୍‌ର ସଭାପତି ଇସୁଦାନ ଗଦାଭୀ ୨୦୨୭ ନିର୍ବାଚନରେ ଆପ୍‌ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି।

Advertisment

ନିଲାମ୍ବୁର ଉପ ନିର୍ବାଚନ

କେରଳର ଏହି ଆସନକୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପୁଣି ଥରେ ନିଜ ପାଖକୁ ଆଣିଛି। ୧୯୮୭ରୁ ୨୦୧୬ ଯାଏ ଆର୍ଯ୍ୟଦନ ମହମ୍ମଦ ଏହାକୁ ନିଜ ପାଖରେ ରଖିଥିଲେ। ଏବେ ଆର୍ଯ୍ୟଦନ ଶୌକତ କଂଗ୍ରେସ ଟିକେଟରେ ଏଠାରେ ବିଜୟୀ ହୋଇଛନ୍ତି। ସେ ୭୭ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ଶାସକ ସିପିଆଇ(ଏମ)ର ଏମ ସ୍ୱରାଜଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଶୌକତ ହେଉଛନ୍ତି ଜଣେ ଲୋକପ୍ରିୟ ଫିଲ୍ମ ପ୍ରଯୋଜକ।

୨୦୧୬ରୁ ନିଲାମ୍ବୁର ଆସନକୁ ସ୍ୱାଧୀନ ପ୍ରାର୍ଥୀ ପିଭି ଅନୱର ନିଜ ପାଖରେ ରଖି ଚାଲିଥିଲେ। କିନ୍ତୁ ଚଳିତ ବର୍ଷ ଜାନୁଆରୀରେ ସେ ବିଧାୟକ ପଦ ଛାଡ଼ିବା ସହ ତାଙ୍କର ନୂଆ ଦଳ ଡେମୋକ୍ରାଟିକ ମୁଭମେଣ୍ଟ ଅଫ କେରଳ ମମତା ବାନାର୍ଜୀଙ୍କ ଟିଏମସି ସହ ଲୀନ ହୋଇଥିଲା। ଏବେ ଅନୱର ଟିଏମସିର କେରଳ ୟୁନିଟ ବସ୍‌।

ଆସନ୍ତାବର୍ଷ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ନିଲାମ୍ବୁର ବିଧାନସଭା ଆସନ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଛି। ତେଣୁ ଏହି ବିଜୟ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବେଶ ଉତ୍ସାହିତ କରିଛି। ସେ ମଧ୍ୟ ନିଲାମ୍ବୁରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ରୋଡ ଶୋ’ କରିଥିଲେ।

କାଳିଗଞ୍ଜ ଉପ ନିର୍ବାଚନ

୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ କାଳିଗଞ୍ଜ ଉପ ନିର୍ବାଚନରେ ଟିଏମସିର ବିଜୟ ଦଳ ପାଇଁ ବଡ଼ ବୁଷ୍ଟ ଭାବେ ଉଭା ହୋଇଛି। ଏଠାରେ ଟିଏମସିର ଆଲିଫା ଅହମଦ ବିଜେପିର ଆଶୀଷ ଘୋଷଙ୍କୁ ଏକତରଫା ଭାବେ ୫୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି। ଟିଏମସିର ନସିରୁଦ୍ଦିନ ଅହମଦ ଏଠାରୁ ୨ ଥର ବିଜୟ ହୋଇଥିଲେ। ନିକଟରେ ତାଙ୍କର ଦେହାନ୍ତ ହେବାରୁ ଟିଏମସି ତାଙ୍କ ଝିଅ ଆଲିଫାଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ଏଠାରେ ଜିତିଛନ୍ତି। କାଳିଗଞ୍ଜ ଗୋଟିଏ ମୁସିଲମ ବହୁଳ ଆସନ। ଏଠାରେ ମୋଟ ଭୋଟରଙ୍କ ମଧ୍ୟରୁ ୫୪% ମୁସଲିମ ସଂପ୍ରଦାୟର।

ଲୁଧିଆନା ଉପ ନିର୍ବାଚନ

ପଞ୍ଜାବର ପଶ୍ଚିମ ଲୁଧିଆନା ଆସନକୁ ନିଜ ପାଖରେ ରଖିବା ପାଇଁ ଆପ୍‌ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା। ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ଏଠାରେ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୟ ଅରୋରାଙ୍କ ପାଇଁ ପ୍ରଚାର କରିଥିଲେ। ଏହି ପ୍ରଚାର କାମ ଦେଇଛି। ସଞ୍ଜୟ ଅରୋରା ଏଠାରେ କଂଗ୍ରେସର ଭାରତ ଆଶୁଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ହରାଇବାକୁ ସକ୍ଷମ ହୋଇଛନ୍ତି।

ଏହି ଆସନକୁ ପୂର୍ବରୁ ୬ ଥର କଂଗ୍ରେସ ଦଖଲ କରିଥିଲା। କିନ୍ତୁ ୨୦୨୨ରେ ଏଠାରେ ଆପର ଗୁରପ୍ରୀତ ଗୋଗି ବିଜୟ ହୋଇଥିଲେ। ହେଲେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିଯୋଗୁ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଉ ଆପ୍‌ ପୁଣିଥରେ ଏଠାରେ ବିଜୟୀ ହୋଇଛି।

କାଡି ଉପ ନିର୍ବାଚନ

ଗୁଜରାଟର କାଡି ଆସନକୁ ବିଜେପି ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ବିଜେପିର ରାଜେନ୍ଦ୍ର ଚାଭଡା କଂଗ୍ରେସର ରମେଶ ଚାଭଡାଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି। ୨୦୧୭ରୁ ବିଜେପି ଏଠାରେ ଜିତି ଆସୁଛି। ୨୦୧୭ ଓ ୨୦୨୨ରେ କର୍ଶନ ସୋଲାଙ୍କି ଏଠାରୁ ଜିତିଥିଲେ। କିନ୍ତୁ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦେହାନ୍ତ ହେବାରୁ ଏଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Bjp Congress Kerala Punjab Gujarat AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe