Advertisment

‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍‌

ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।

BJP

BJP

Advertisment

ବିଜେପି ନେତା ପରଭେଶ ବର୍ମା ଓ ପୂର୍ବତନ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଦିଲ୍ଲୀ ବିଧାନସଭାରେ ଭୋଟ ହାତେଇବାକୁ ଲୋକଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଛି ଆପ୍‌। ଏଥିପାଇଁ ଆଜି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଦୁଇ ବିଜେପି ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ଅଭିଯୋଗ ଦାଖଲ କରିଛନ୍ତି। ନୂଆଦିଲ୍ଲୀ ଆସନରେ ସେମାନେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ ହୋଇଥିବା ବେଳେ ଏଠାରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିଜେ ପ୍ରାର୍ଥୀ ହୋଇଛନ୍ତି।

Advertisment

ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ପରେ ସଞ୍ଜୟ ସିଂହ ଇଡିରେ ପିଟିସନ ଦାଖଲ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ସେମାନେ କେବଳ ଅଭିଯୋଗ ଗ୍ରହଣ କରିଛନ୍ତି। କୌଣସି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇ ନାହାନ୍ତି। ଇଡି କ’ଣ କରିବ, ମୁଁ ସେକଥା କହି ପାରିବି ନାହିଁ। ସେମାନେ ଅଭିଯୋଗ ଗ୍ରହଣ କରିଥିବା ନେଇ ଗୋଟିଏ ରସିଦ ଆମକୁ ଦେଇଛନ୍ତି।”

Advertisment

ଶ୍ରୀ ସିଂହ ଆହୁରି କହିଛନ୍ତି, “ଭୋଟରମାନଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ୧୧ ହଜାର ଟଙ୍କା ଲେଖାଏ ବଣ୍ଟା ଯାଉଛି। ଯଦି ଇଡି ପରଭେଶ ବର୍ମାଙ୍କ ଘରେ ରେଡ୍‌ କରିବ, ତା’ହେଲେ କୋଟି କୋଟି ଟଙ୍କା ଠାବ କରିପାରିବ।

ମୁଁ ଇଡିରେ ଅଭିଯୋଗ ଦାଖଲ କରିଛି। କିନ୍ତୁ କୌଣସି ଅଧିକାରୀ ଆମକୁ ଦେଖା କରିନାହାନ୍ତି। ଏଥିରୁ ଜଣାପଡ଼ିଛି ଯେ ଇଡି କେବଳ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଛି। ସେମାନେ କେବଳ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି ଓ ସରକାରକୁ ଭୁଶୁଡ଼ାଇବା କାମରେ ଲାଗିଛନ୍ତି।”

Delhi Assembly Election Bjp AAP Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe