Advertisment

ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ସଫଳତା: ଆପ୍‌ ଛାଡ଼ି ବିଜେପିକୁ ଫେରିଲେ ହରସରନ ସିଂହ ବାଲି

ଶ୍ରୀ ବାଲି ଓ ତାଙ୍କ ପୁଅ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା, ସୁବାସ ଆର୍ଯ୍ୟ ଓ ସୁବାଷ ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି।

Bali

Bali

Advertisment

ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ନେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପ୍ରଥମ ବଡ଼ ସଫଳତା। ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ନେତା ତଥା ପୂର୍ବତନ ମନ୍ତ୍ରୀ ହରସରନ ସିଂହ ବାଲି ଓ ତାଙ୍କ ପୁଅ ଗୁର୍ମିତ ସିଂହ ଆଜି ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଶ୍ରୀ ବାଲି ଓ ତାଙ୍କ ପୁଅ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା, ସୁବାସ ଆର୍ଯ୍ୟ ଓ ସୁବାଷ ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି।

ବୈଜୟନ୍ତ ପଣ୍ଡାଙ୍କ ସଫଳ ରଣନୀତି ପାଇଁ ଦିଲ୍ଲୀର ଆମ ଆଦମୀ ପାର୍ଟିର ଟାଣୁଆ ଓ ପ୍ରଭାବଶାଳୀ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ନେତା ପଦ୍ମ ଧରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବାସ୍ତବରେ ହରସରନ ସିଂହ ବାଲିଙ୍କର ଏହା ଘର ବାହାଡ଼ୁ। କାରଣ ସେ ପୂର୍ବରୁ ବିଜେପିରେ ଥିଲେ। କିନ୍ତୁ ୪ ବର୍ଷ ପରେ ସେ ଆପ୍‌ରେ ମିଶିଥିଲେ। ୨୦୨୦ ଜାନୁଆରୀ ମାସରେ ସେ ବିଜେପି ଛାଡ଼ିବା ପରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଆପ୍‌ରେ ସାମିଲ ହୋଇଥିଲେ।

୧୯୯୩ରୁ ୨୦୧୩ ଯାଏ ହରି ନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ରହିଥିବା ଶ୍ରୀ ବାଲି ଦିଲ୍ଲୀରେ ମଦନ ଲାଲ ଖୁରାନଙ୍କ ସମୟରେ ଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି କରିଛି। ସେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବାଲିଙ୍କ ଯୋଗଦାନ ଏହାକୁ ଆହୁରି ରୁଦ୍ଧିମନ୍ତ କରିଥିବା କୁହାଯାଉଛି।

Bjp Delhi AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe