ଖାତା ଖୋଲି ପାରିଲାନି 'ଆମ୍ ଆଦ୍‌ମୀ ପାର୍ଟି'

  • Published: Wednesday, 06 December 2023
  • , Updated: 06 December 2023, 01:39 PM IST

5 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ଉଭେଇ ଯାଇଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି। ମଧ୍ୟପ୍ରଦେଶ, ଛତିଶଗଡ଼, ଓ ରାଜସ୍ଥାନରେ ବିଜେପି ଜଲଓ୍ୱା ଦେଖାଉଥିବା ବେଳେ ତେଲେଙ୍ଗାନାକୁ କଂଗ୍ରେସ କବ୍‌ଜା କରିଛି। ଏସବୁ ଭିତରେ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି 3 ରାଜ୍ୟର ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହିଁ।

Related story