Advertisment

ଆପ୍‌ର ରାଜ୍ୟସଭା ମୁଖ୍ୟ ହେଲେ ରାଘବ ଚଡ୍ଡା

ରାଜ୍ୟସଭାରେ ଏବେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ।

Raghav Chadha

Raghav Chadha

Advertisment

ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

Advertisment

ଏହାପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟିର ନେତା ଥିଲେ। କିନ୍ତୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଏବେ ଜେଲରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ଆପ୍‌ ରାଘବ ଚଡ୍ଡାଙ୍କୁ ଦାୟିତ୍ୱ ଦେଇଛି। ଏନେଇ ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

କହିରଖୁ ଯେ, ରାଜ୍ୟସଭାରେ ଏବେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ। ବିଜେପି, କଂଗ୍ରେସ ଓ ଟିଏମ୍‌ସି ପରେ ଆପ୍‌ ହେଉଛି ରାଜ୍ୟସଭାର ଚତୁର୍ଥ ସର୍ବବୃହତ୍ତ ଦଳ।

Advertisment

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ରାଘବ ଚଡ୍ଡାଙ୍କ ସଂସଦରେ ସଦସ୍ୟତାକୁ ରଦ୍ଦ କରାଯାଇଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ୧୧୫ ଦିନ ପରେ ସେ ତାଙ୍କ ସଦସ୍ୟତା ଫେରିପାଇଥିଲେ। ନିଲମ୍ବନ ହଟିବା ପରେ ରାଘବ ଚଡ୍ଡା ଏକ ଭିଡିଓ ଜାରି କରି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ ଭିଡିଓରେ କହିଥିଲେ, '୧୧୫ ଦିନ ଯାଏ ମୁଁ ଲୋକଙ୍କ ସ୍ୱରକୁ ସଂସଦରେ ରଖି ପାରିଲିନାହିଁ। ଅଗଷ୍ଟ ୧୧ ତାରିଖରେ ମୋତେ ସଂସଦରୁ ନିଲମ୍ବିତ କରିଦିଆଯାଇଥିଲା। ମୋ ନିଲମ୍ବନ ରଦ୍ଦ କରିବା ପାଇଁ ମୁଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲି। ନ୍ୟାୟର ମନ୍ଦିରକୁ ଯାଇ ନ୍ୟାୟ ପାଇଁ ଗୁହାରି କରିବାକୁ ପଡିଥିଲା।'

Rajya Sabha AAP Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe