Advertisment

ନିଲମ୍ବନ ହଟିଲା, ସଦସ୍ୟତା ଫେରି ପାଇଲେ ରାଘବ ଚଡ୍ଡା

ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍‌ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି।

Raghav Chadha

Raghav Chadha

Advertisment

ହଟିଲା ନିଲମ୍ବନ। ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଫେରି ପାଇଲେ ନିଜ ସଦସ୍ୟତା। ରାଜ୍ୟସଭା ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି। ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍‌ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି।

Advertisment

ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍‌ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା। ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ।

ସେପଟେ ଆପ୍‌ ସାଂସଦ ରାଘବ ଚଡ୍ଡା ତାଙ୍କ ନିଲମ୍ବନ ହଟିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, '୧୧ ଅଗଷ୍ଟରେ ରାଜ୍ୟସଭାରୁ ମୋତେ ନିଲମ୍ବିତ କରି ଦିଆଯାଇଥିଲା। ନିଲମ୍ବନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲି। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ ଓ ୧୧୫ ଦିନ ପରେ ମୋର ନିଲମ୍ବନ ହଟିଲା ବୋଲି ରାଘବ କହିଛନ୍ତି।'

Advertisment

ସୂଚନାଯୋଗ୍ୟ, ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କୁ ୧୧ ଅଗଷ୍ଟ ୨୦୨୩ରେ ଅନୁଶାସନହୀନତା ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଦିଲ୍ଲୀ ସେବା ବିଧେୟକ ସମ୍ବନ୍ଧୀୟ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା। ଏହି ସମୟରେ ୫ଜଣ ସାଂସଦଙ୍କ ନକଲି ହସ୍ତାକ୍ଷର କରିଥିବା ନେଇ ଚଡ୍ଡାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସାଂସଦଙ୍କ ବିନା ସହମତିରେ ପ୍ରସ୍ତାବରେ ନାଁ ନେବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

AAP Leader Raghav Chadha Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe