Advertisment

ହରିୟାଣା ଝଟକା: କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍‌

ହରିୟାଣା ନିର୍ବାଚନ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଦିଲ୍ଲୀ ଉପରକୁ ଆସିଛି। ଦିଲ୍ଲୀରେ କ’ଣ ଆପ୍‌ ଓ କଂଗ୍ରେସ ମେଣ୍ଟ କରିବେ କି?

Rahul Gandhi

Rahul Gandhi

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ କ୍ଷମତାସୀନ ଆପ୍‌। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିସହ କଂଗ୍ରେସ ସହ ମେଣ୍ଟ କରି ଆପ୍‌ ଦିଲ୍ଲୀରେ ଲୋକସଭା ନିର୍ବାଚନ ଲଢ଼ିଥିଲା।

Advertisment

ହେଲେ ହରିୟାଣାରେ ଉଭୟ କଂଗ୍ରେସ ଓ ଆପ୍‌କୁ ଝଟକା ଲାଗିଛି। କଂଗ୍ରେସ ବିଜୟ ସୁଯୋଗ ହାତ ଛଡ଼ା କରିଥିବା ବେଳେ ଆପ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ। ହରିୟାଣାରେ ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ ହେଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ନ ହେବାରୁ ଉଭୟ ଅଲଗା ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ହରିୟାଣା ନିର୍ବାଚନ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଦିଲ୍ଲୀ ଉପରକୁ ଆସିଛି। ଦିଲ୍ଲୀରେ କ’ଣ ଆପ୍‌ ଓ କଂଗ୍ରେସ ମେଣ୍ଟ କରିବେ କି? ଏହି ପ୍ରଶ୍ନର ଉତ୍ତର ଆପ୍‌ ପକ୍ଷରୁ ଦିଆଯାଇଛି ଓ କଂଗ୍ରେସ ସହ ଦିଲ୍ଲୀରେ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଆପ୍‌ ମୁଖପାତ୍ର ପ୍ରିୟଙ୍କା କାକ୍କର ହରିୟାଣାରେ କଂଗ୍ରେସ ଅତ୍ୟଧିକ ଆତ୍ମବିଶ୍ୱାସ ପାଇଁ ହାରିଥିବା ମଧ୍ୟ କହିଛନ୍ତି।

Advertisment

ସେ କହିଛନ୍ତି, “ଆପ୍‌ ଦିଲ୍ଲୀରେ କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ। ହରିୟାଣାରେ ଆପ ଓ ସମାଜବାଦୀ ପାର୍ଟିକୁ କଂଗ୍ରେସ ସିଟ ଛାଡ଼ି ନଥିଲା। ଲୋକସଭା ବେଳେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଦୁଇ ଦଳ କଂଗ୍ରେସକୁ ଅଧିକ ଆସନ ଛାଡ଼ିଥିଲେ। ତଥାପି ହରିୟାଣାରେ କଂଗ୍ରେସ ସିଟ ଛାଡ଼ିବାକୁ ରାଜି ହୋଇ ନଥିଲା। ଦଳ ବିଜୟ ନେଇ ଅଧିକ ଆତ୍ମବିଶ୍ୱାସ ଦେଖାଇଥିଲେ। ତେଣୁ ଦଳକୁ ଏବେ ହାରିବାକୁ ପଡ଼ିଛି।”

ଆସନ୍ତାବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ। ଆପ୍‌ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ ମୁଡରେ ରହିଛି।

ମଙ୍ଗଳବାର ହରିୟାଣା ରେଜଲ୍ଟ ବାହାରିବା ପରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ପରୋକ୍ଷରେ କଟାକ୍ଷ କରିଥିଲେ। ସେ ଆପ୍‌ କାଉନସିଲରଙ୍କୁ ସମ୍ବୋଧନ କରୁଥିବା ବେଳେ କହିଥିଲେ ଯେ “ଗୋଟିଏ କଥା ସ୍ପଷ୍ଟ ହୋଇଛି। ସବୁଠାରୁ ବଡ଼ ଶିକ୍ଷା ହେଲା ନିର୍ବାଚନରେ ଜଣେ କେବେ ହେଲେ ହିଁ ଅତ୍ୟଧିକ ଆତ୍ମବିଶ୍ୱାସ ଦେଖାଇବା କଥା ନୁହେଁ।”

Arvind Kejriwal Rahul Gandhi AAP Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe