Advertisment

କଂଗ୍ରେସ ସହ ଛିଡ଼ିଲାନି ଅଙ୍କ: ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍‌

ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ।

author-image
Hemant Lenka
aap

aap

ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଆପ୍‌ ଆଜି ବଡ଼ ପଦକ୍ଷେପ ନେଇଛି। କଂଗ୍ରେସ ସହ ହରିୟାଣା ପାଇଁ ସିଟ ଶେୟାରିଂ ଫର୍ମୁଲା ନ ଛିଡ଼ିବାରୁ ଆଜି ଆପ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

Advertisment

ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେଣୁ ବିଧାନସଭା ନିର୍ବାଚନ ମଧ୍ୟ ଏକାଠି ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ। ସମ୍ଭାବ୍ୟ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା ଓ ସିଟ ଶେୟାରିଂ କଥା ମଧ୍ୟ ଉଠିଥିଲା।

ହେଲେ ଉଭୟ ଦଳ ସିଟ୍‌ ଶେୟାରିଂ ଫର୍ମୁଲାକୁ ନେଇ ଏକମତ ହୋଇ ପାରିନାହାନ୍ତି। ଆପ୍‌ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୧୦ଟିରେ ପ୍ରାର୍ଥୀ ଦେବାକୁ ଚାହୁଁଥିଲା। କିନ୍ତୁ କଂଗ୍ରେସ କେବଳ ୭ଟି ଆସନ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ ଦେବ ବୋଲି ସର୍ତ୍ତ ରଖିଥିଲା।

Advertisment

ସେହିପରି ଆପ୍‌ ଏମିତି କିଛି ସ୍ଥାନରେ ପ୍ରାର୍ଥୀ ଦେବାକୁ ଚାହିଁଥିଲା, ଯେଉଁଠି କଂଗ୍ରେସର ବରିଷ୍ଠ ନେତାମାନେ ଟିକେଟ ଆଶାରେ ରହିଛନ୍ତି। ବିଶେଷ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଦାଙ୍କ ବିଶ୍ୱସ୍ତମାନଙ୍କ ଆସନ ଉପରେ ଆପ୍‌ର ନଜର ରହିଥିଲା। ତେଣୁ ଉକ୍ତ ଆସନ ଗୁଡ଼ିକ ଛାଡ଼ିବା ମୁଡରେ ମଧ୍ୟ କଂଗ୍ରେସ ନଥିଲା। 

ଉଭୟ ଦଳ ନିଜ ନିଜ ଜିଦରେ ଅଟଳ ରହିବାରୁ ମେଣ୍ଟ ସମ୍ଭବ ପର ହୋଇ ପାରିନାହିଁ। ମେଣ୍ଟ ଆଶା ମଉଳି ଯିବାରୁ ଆଜି ଆପ୍‌ ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏହାପୂର୍ବରୁ କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

AAP Haryana Election Poll Haryana Election