Advertisment

୨୦୨୦ରେ ୧୪-୧, କିନ୍ତୁ ୨୦୨୫ରେ ୪-୧୧: ଭୁଶୁଡ଼ିବ କି ଆପ୍‌ର ଗଡ଼ ଦକ୍ଷିଣ ଦିଲ୍ଲୀ?

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରେ ଜିତିଥିଲା। ଏହାର ପ୍ରଭାବ ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ଗୁଡ଼ିକ ଉପରେ ମଧ୍ୟ ପଡ଼ିଛି। ବିଜେପି ସେଗୁଡ଼ିକରେ ଲିଡ କରୁଛି।

author-image
Hemant Lenka
ଅଦ୍ୟତନ ହୋଇଛି
AAP

AAP

ଦିଲ୍ଲୀ ଲଢ଼େଇର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ଆପ୍‌ ପଛରେ ପଡ଼ି ଯାଇଛି। ଏସବୁ ଭିତରେ ଦକ୍ଷିଣ ଦିଲ୍ଲୀ ଅଧୀନରେ ଥିବା ନିର୍ବାଚନ ମଣ୍ଡଳୀରୁ ଆଶ୍ଚର୍ଯ୍ୟ କରିବା ଭଳି ଚିତ୍ର ଆସିଛି। ଦିଲ୍ଲୀର ଦକ୍ଷିଣ ପ୍ରାନ୍ତ ଆପ୍‌ର ଗଡ଼ ଭାବେ ପରିଚିତ। କିନ୍ତୁ ଏଠାରେ ଥିବା ୧୫ଟି ଆସନରୁ ବିଜେପି ୧୧ଟିରେ ଲିଡ କରୁଥିବା ବେଳେ ଆପ୍‌ ୪ଟିରେ ଆଗରେ ରହିଛି।

Advertisment

ଏହି ୧୫ଟି ଆସନ ମଧ୍ୟରୁ ୧୦ଟି ଦକ୍ଷିଣ ଦିଲ୍ଲୀ ଲୋକସଭା ଅଧୀନରେ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରେ ଜିତିଥିଲା। ଏହାର ପ୍ରଭାବ ଲୋକସଭା ଅଧୀନରେ ଥିବା ବିଧାନସଭା ଆସନ ଗୁଡ଼ିକ ଉପରେ ମଧ୍ୟ ପଡ଼ିଛି। ବିଜେପି ସେଗୁଡ଼ିକରେ ଲିଡ କରୁଛି। 

୨୦୨୦ରେ ଦକ୍ଷିଣ ଦିଲ୍ଲୀର ୧୫ଟି ଆସନରୁ ଆପ୍‌ ୧୪ଟିରେ ଜିତିଥିଲା। କିନ୍ତୁ ଏଥର ବିଜେପି ୧୧ଟିରେ ଲିଡ କରୁଛି। ପ୍ରାରମ୍ଭିକ କିଛି ରାଉଣ୍ଡର ଭୋଟ ଗଣତି ପରେ ବିଜେପି ଦିଲ୍ଲୀର ୪୨ଟି ଆସନରେ ଲିଡ କରୁଥିବା ବେଳେ ପ୍‌ ୨୮ଟି ସ୍ଥାନରେ ଆଗରେ ରହିଛି। ଏହି ଟ୍ରେଣ୍ଡକୁ ଦେଖି ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇଗଲାଣି। ୨୭ ବର୍ଷ ପରେ ଦିଲ୍ଲୀ ବିଧାନସଭା ରେଜଲ୍ଟକୁ ନେଇ ବିଜେପି ମୁଖ୍ୟାଳୟ ଏପରି ଉତ୍ସବ ମୁଖର ହୋଇଛି। କାରଣ ୨୭ ବର୍ଷ ହେଲା ବିଜେପି ଦିଲ୍ଲୀକୁ ଦଖଲ କରିପାରି ନଥିଲା।

Advertisment

ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ୩୨୪ ଖଣ୍ଡ ଭୋଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଠାରୁ ଆଗରେ ରହିଛନ୍ତି। କଂଗ୍ରେସର ଅଳକା ଲାମ୍ବା ଏହି ଆସନରେ ଯଥେଷ୍ଟ ପଛରେ ପଡ଼ିଛନ୍ତି। ଗ୍ରେଟର କୈଳାସରେ ଆପ୍‌ର ସୌରଭ ଭରଦ୍ୱାଜ ପଛରେ ଅଛନ୍ତି। ମାଲବ୍ୟ ନଗରରେ ଆପ୍‌ର ହେଭିୱେଟ ସୋମାନାଥ ଭାରତୀ ଲଢ଼ୁଥିଲେ ହେଁ ତାଙ୍କ ହାତରୁ ଏହି ଆସନ ଚାଲି ଯିବାର ଆଶଙ୍କା ରହିଛି।

ନୂଆଦିଲ୍ଲୀ ବିଧାନସଭା ଆସନରେ ଅରବିନ୍ଦ କେଜ୍ରିୱାଲ ପ୍ରଥମେ ପଛରେ ରହିଥିଲେ। କିନ୍ତୁ ଏବେ ସେ ବିଜେପିର ପ୍ରଭେଶ ବର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ସେ ମାତ୍ର ୧୫୫ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

ଆପ୍‌ରୁ ଯାଇ ବିଜେପିର ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା କୈଳାସ ଗେହଲଟ ବିଜୱାସନରେ ଲିଟ କରୁଛନ୍ତି। ମନୀଷ ସିଦୋଦିଆ ମଧ୍ୟ ଆଗରେ ରହିଛନ୍ତି।

Bjp AAP Delhi Election