Advertisment

କଂଗ୍ରେସରେ ମିଶିଲେ ଆପ୍‌ ବିଧାୟକ ଗୌତମ

ଗୌତମ ଜଣେ ଦଳିତ ନେତା ଓ ସୀମାପୁରୀର ବିଧାୟକ। ଆଜି ସେ କଂଗ୍ରେସ ମୁଖ୍ୟାଳୟରେ କେସି ଭେନୁଗୋପାଲ, ଦେବେନ୍ଦ୍ର ଯାଦବ ଓ ପବନ ଖେଡ଼ାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି।

aap

aap

Advertisment

ଦିଲ୍ଲୀରେ କ୍ଷମତାସୀନ ଆପ୍‌କୁ ଝଟକା ଲାଗିଛି। ଆଜି ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜେନ୍ଦ୍ର ପାଲ ଗୌତମ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୌତମ ଦିଲ୍ଲୀ ସରକାରେ ଏକଦା କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ କାମ କରୁଥିଲେ। ଉଭୟ ଆପ ଓ କଂଗ୍ରେସ ଇଣ୍ଡିଆ ମେଣ୍ଟର ସଦସ୍ୟ। ତଥାପି ଗୌତମ ଇଣ୍ଡିଆ ମେଣ୍ଟର ଗୋଟିଏ ଦଳରୁ ବାହାରି ଆଉ ଗୋଟିଏ ଦଳରେ ମିଶିଛନ୍ତି।

Advertisment

ଗୌତମ ଜଣେ ଦଳିତ ନେତା ଓ ସୀମାପୁରୀର ବିଧାୟକ। ଆଜି ସେ କଂଗ୍ରେସ ମୁଖ୍ୟାଳୟରେ କେସି ଭେନୁଗୋପାଲ, ଦେବେନ୍ଦ୍ର ଯାଦବ ଓ ପବନ ଖେଡ଼ାଙ୍କ ଉପସ୍ଥିତିରେ ହାତ ଧରିଛନ୍ତି।

ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଏଠାରେ ଏକପ୍ରକାରର ଭୋଟ ଶୂନ୍ୟ ହୋଇ ପଡ଼ିଛି। ଏବେ ଗୌତମ ଆସିବାରୁ କଂଗ୍ରେସର ମନୋବଳ ବୃଦ୍ଧି ପାଇଛି।

Advertisment

ପେଶାରେ ଜଣେ ଆଇନଜୀବୀ ଭାବେ ପରିଚିତ ଗୌତମ ୨୦୧୪ରେ ଆପ୍‌ରେ ମିଶିଥିଲେ। ୨୦୨୦ ବିଧାନସଭା ନିର୍ବାଚନରେ ସେ ସୀମାପୁରୀ ଆସନରୁ ଜିତିଥିଲେ। ସେ ଦଳିତ ଅଧିକାର ପାଇଁ ସବୁବେଳେ ଲଢ଼େଇ କରି ଆସିଛନ୍ତି। ସେ ଆପ୍‌ ସରକାରରେ ଏକାଦା ସାମାଜିକ କଲ୍ୟାଣ, ଏସ୍‌ସି/ଏସ୍‌ଟି, ଜଳ ଓ ସମବାୟ ବିଭାଗର ମନ୍ତ୍ରୀ ଥିଲେ।

୨୦୨୨ରେ ସେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୧୦ ହଜାର ଲୋକ ବୌଦ୍ଧ ଧର୍ମ ଗ୍ରହଣ କରୁଥିବା କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥିପାଇଁ ସେ ମନ୍ତ୍ରୀ ପଦ ଛାଡ଼ିଥିଲେ।

Congress AAP Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe