Advertisment

କେଜ୍ରିୱାଲଙ୍କ ସହ ପତ୍ନୀଙ୍କ ବ୍ୟକ୍ତିଗତ ସାକ୍ଷାତକୁ ଅନୁମତି ମିଳିଲାନି, ଅମାନବୀୟ କହିଲେ ସଞ୍ଜୟ ସିଂହ

ହତ୍ୟା ଅପରାଧୀଙ୍କୁ ବାରାକ୍ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ତିନି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଆଇନ କଣ ପାଇଁ ବୋଲି ଆପ୍ ନେତା ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି।

Arvind Kejriwal & His Wife Collected Photo

Arvind Kejriwal & His Wife Collected Photo

Advertisment

ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ହତ୍ୟା ଅପରାଧୀଙ୍କୁ ବାରାକ୍ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ତିନି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଆଇନ କଣ ପାଇଁ ବୋଲି ଆପ୍ ନେତା ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି।

Advertisment

ଏକ ଏକ ସାମ୍ବାଦିକ ସମ୍ମିଳନୀ, ତିହାର ଜେଲର କର୍ତ୍ତୃପକ୍ଷଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଆପର ବରିଷ୍ଠ ନେତା ସଞ୍ଜୟ ସିଂହ। ସେ କହିଛନ୍ତି ଯେ, ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଅନୁମତି ଦିଆଗଲା ନାହିଁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭାଗବତ ମାନଙ୍କ ମଧ୍ୟରେ ଏକ ଆଲୋଚନା ହେବାର ଥିଲା, ତାକୁ ମଧ୍ୟ ବାତିଲ କରାଯାଇଛି। ମାନ ଏବଂ କେଜ୍ରିୱାଲ ଏକାଠି ହୋଇ ଆଲୋଚନା କରିବାକୁ କହିବାରୁ ତିହାର ଜେଲ କର୍ତ୍ତୃପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆମକୁ କେବଳ ଝରକା ଦେଇ ସାକ୍ଷାତ କରିବାକୁ ପଡିବ ବୋଲି କହିଥିଲେ। 

Advertisment

ହତ୍ୟା ଅଭିଯୁକ୍ତମାନଙ୍କୁ ବାରାକ୍ ଦେଇ ଭେଟିବାକୁ ଅନୁମତି ଦେଉଛନ୍ତି, ହେଲେ ଦିଲ୍ଲୀର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଭିନ୍ନ ନିୟମ। ଏପରି ଅମାନବୀୟ ବ୍ୟବହାର କଣ ପାଇଁ ବୋଲି ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି। କେବଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନୋବଳକୁ ଭାଙ୍ଗିବା ପାଇଁ ଏପରି କରାଯାଉଛି ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି। 

Arvind Kejriwal Delhi Liquor Policy Scam Sanjay Singh AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe