Advertisment

ଆପ୍‌ର ଏକମାତ୍ର ଲୋକସଭା ସାଂସଦ ବିଜେପିରେ ମିଶିଲେ

୨୦୨୩ରେ ଜଲନ୍ଧର ଆସନରେ ଆୟୋଜିତ ଲୋକସଭା ଉପ ନିର୍ବାଚନରେ ରିଙ୍କୁ ଏକତରଫା ବିଜୟ ହାସଲ କରିଥିଲେ।

author-image
Hemant Lenka
BJP

BJP

ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଗୋଟିଏ ବଡ଼ ଝଟକା ଲାଗିଛି। ଦଳର ଏକମାତ୍ର ସାଂସଦ ସୁଶିଲ କୁମାର ରିଙ୍କୁ ଆଜି ପଟ ପରିବର୍ତ୍ତନ କରିଛନ୍ତି। ସେ ଆପ୍‌ ଛାଡ଼ି ବିଜେପିରେ ମିଶିଛନ୍ତି।

Advertisment

ରିଙ୍କୁ ପଦ୍ମ ଧରିବାରୁ ଆପ୍‌ ଏବେ ଲୋକସଭାରେ ସାଂସଦ ଶୂନ୍ୟ ହୋଇ ଯାଇଛି। ସାଂସଦ ରିଙ୍କୁଙ୍କ ସହ ଜଲନ୍ଧର ୱେଷ୍ଟର ବିଧାୟକ ଶୀତଲ ଅନଗୁରାଲ ମଧ୍ୟ ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ପଦ୍ମ ଧରିଛନ୍ତି।

୨୦୨୩ରେ ଜଲନ୍ଧର ଆସନରେ ଆୟୋଜିତ ଲୋକସଭା ଉପ ନିର୍ବାଚନରେ ରିଙ୍କୁ ଏକତରଫା ବିଜୟ ହାସଲ କରିଥିଲେ। ଆପର ଏକମାତ୍ର ଲୋକସଭା ସାଂସଦ ଭାବେ ସେ ସଂସଦକୁ ଯାଇଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶି ଯାଇଛନ୍ତି। ବିଜେପି ମଧ୍ୟ ତାଙ୍କୁ ଏଥର ଜଲନ୍ଧର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେବ।

Advertisment

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ରିଙ୍କୁ ଓ ଶୀତଲ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଶୀତଲ ଆପ୍‌ରୁ ଓ ରିଙ୍କୁ କଂଗ୍ରେସ ଟିକେଟରୁ ଲଢ଼ୁଥିଲେ।

କିନ୍ତୁ ଜଲନ୍ଧର ୱେଷ୍ଟରେ ଆପ୍‌ ପ୍ରାର୍ଥୀ ଶୀତଲ ବାଜିମାରି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ରିଙ୍କୁ ଆପ୍‌କୁ ଚାଲି ଆସିଥିଲେ। ଦଳ ତାଙ୍କୁ ଜଲନ୍ଧର ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ପ୍ରାର୍ଥୀ କରିଥିଲା।

୫୪୩ ଆସନ ବିଶିଷ୍ଟ ଲୋକସଭାରେ ରିଙ୍କୁ ଏକମାତ୍ର ଆପ୍‌ ସାଂସଦ ଭାବେ କାମ କରିଥିଲେ। ଆଜି ବିଜେପିରେ ମିଶିବା ପରେ ସାଂସଦ ରିଙ୍କୁ କହିଛନ୍ତି ଯେ ପଞ୍ଜାବର ବିକାଶ ପାଇଁ ସେ ପଦ୍ମ ଧରିଛନ୍ତି।

ଜଲନ୍ଧରରେ ଆପ୍‌ ସରକାର ବିକାଶମୂଳକ କାର୍ଯ୍ୟକ୍ରମ କରୁ ନାହାନ୍ତି। ମୋର କ୍ଷମତା ଲୋଭ ନାହିଁ। ଜଲନ୍ଧରର ବିକାଶ ପାଇଁ ନୂଆ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ମଙ୍ଗଳବାର ଲୁଧିଆନାର ସାଂସଦ ତଥା କଂଗ୍ରେସ ନେତା ରଭନୀତ ସିଂହ ବିଟ୍ଟୁ ବିଜେପିରେ ମିଶିଥିଲେ। ବିଟ୍ଟୁ ହେଉଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ନାତି।

Bjp Lok Sabha Election 2024