Advertisment

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଆପର ସାମୂହିକ ଅନଶନ

ଦଳର ନେତା-ମନ୍ତ୍ରୀ ଓ କର୍ମାମାନେ ଆଜି ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଅନଶନରେ ବସିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଏବଂ ଇଡିର ଗିରଫଦାରୀ ବିରୁଦ୍ଧରେ ଆପର ଦେଶବ୍ୟାପୀ ସାମୂହିକ ଅନଶନ। ଦଳର ନେତା-ମନ୍ତ୍ରୀ ଓ କର୍ମାମାନେ ଆଜି ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଅନଶନରେ ବସିଛନ୍ତି। 

Advertisment

ଆଜି ସକାଳେ ଆପର ବିଧାୟକ, ସାଂସଦ, ମନ୍ତ୍ରୀ, କାର୍ଯ୍ୟାଳୟର ଅଧିକାରୀ ଏବଂ ଦଳର କର୍ମକର୍ତ୍ତାମାନେ ଦିଲ୍ଲୀର ଜନ୍ତରମନ୍ତର ଏବଂ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଗାଁ ପଞ୍ଜାବର ଖଟଖର କଲାନାରେ ସାମୂହିକ ଅନସନ କରିବେ ବୋଲି ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଥିଲେ।  

ସେ ଆହୁରି କହିଥିଲେ ଯେ, ଏହି ଆନ୍ଦୋଳନ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ କରାଯିବ। ଆମେରିକାର ନ୍ୟୁୟର୍କ, ବୋଷ୍ଟନ୍, ଲସ୍ ଆଞ୍ଜେଲସ୍ ଏବଂ ୱାଶିଂଟନ୍ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆରେ ମେଲବୋର୍ଣ୍ଣ ଏବଂ ବ୍ରିଟେନରେ ଲଣ୍ଡନ ସହିତ ଭାରତର ୨୫ଟି ରାଜ୍ୟର ରାଜଧାନୀରେ ସାମୂହୀକ ଅନଶନ ପାଳନ କରାଯିବ। 

Advertisment

କେଜ୍ରିୱାଲଙ୍କ ବିରୁଦ୍ଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ଟାର୍ଗେଟ କରି ଗୋପାଳ ରାୟ କହିଛନ୍ତି, କେନ୍ଦ୍ରର ମୋଦି ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି। ଦିଲ୍ଲୀର ଆପ୍ ସରକାରକୁ ସମାପ୍ତ କରିବା ଉଦ୍ଦେଶ୍ୟରେ ନକଲି ମଦ ଦୁର୍ନୀତିର ଷଡ଼ଯନ୍ତ୍ର ରଚିଛନ୍ତି। ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଛି, ଯାହା ବିରୁଦ୍ଧରେ ଆମେ ସ୍ୱର ଉଠାଉଛୁ। 

ପ୍ରକାଶ ଥାଉ କି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫ କରିଛି। ମାର୍ଚ୍ଚ ୨୧ରେ ଗିରଫ ହେବା ପରେ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି ଇଡି। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି କେଜ୍ରିୱାଲ। ସେ କୌଣସି ଭୁଲ୍ କରିନାହାନ୍ତି, ଯେଉଁଠି ରହିଲେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିବି ବୋଲି କେଜ୍ରିୱାଲ କହିଛନ୍ତି। 

Arvind Kejriwal Delhi Liquor Policy AAP's Mass Fast AAP Protest