ଭାଷଣ ବଡ଼, କାମ ଶୂନ । କଥା ବଡ଼ ବଡ଼, କାମ ଗଡ଼ ବଡ଼ । ଦିଲ୍ଲୀର ଆପ ସରକାର ଉପରେ ଏଭଳି କିଛି ଅଭିଯୋଗ କରିଛି ବିଜେପି। ମିଛ କଥା କହି ଭଣ୍ଡାଇବା ପଡୁଛି ମହଙ୍ଗା । ଦଳ ଛାଡି ବିଜେପିର ସାମିଲ ହେଉଛନ୍ତି ଆମ ଆଦମି ପାର୍ଟିର ବରିଷ୍ଠ ନେତା। ଯେଉଁମାନେ କାଲି ଆପର ଚେହେରା ପାଲଟିଥିଲେ ଆଜି ସେମାନେ ବିଜେପିରେ। ଆଜି ବିଜେପିରେ ସାମିଲ ହୋଇଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ପରିବହନ ମନ୍ତ୍ରୀ କୈଳାସ ଗେହଲଟ।