Advertisment

ନକଲି ଦସ୍ତଖତ ଅଭିଯୋଗରେ ରାଘବ ଚଢା ରାଜ୍ୟ ସଭାରୁ ନିଲମ୍ୱିତ

ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟ ସଭାରୁ ନିଲମ୍ୱିତ। 5 ଜଣ ସାଂସଦ ଆଣିଥିଲେ ନକଲି ଦସ୍ତଖତ ଅଭିଯୋଗ।

author-image
Debibandita Barick
ଅଦ୍ୟତନ ହୋଇଛି
Raghav Chadha

Raghav Chadha

ଲୋକ ସଭା ପରେ ରାଜ୍ୟ ସଭାର ଆଉ ଜଣେ ସାଂସଦ ନିଲମ୍ୱିତ। ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଛି। ନକଲି ଦସ୍ତଖତ ମାମଲାରେ ନିଲମ୍ବିତ ହୋଇଛନ୍ତି ଚଢା। ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ସମ୍ପର୍କିତ ଏକ ପ୍ରସ୍ତାବରେ ପାଞ୍ଚଜଣ ସାଂସଦଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ଚାରିଜଣ ରାଜ୍ୟସଭା ସାଂସଦ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ 7 ରେ ଏକ ପ୍ରସ୍ତାବରେ ବିନା ଅନୁମତିରେ ଚଢା ସେମାନଙ୍କ ନାମ ଅନ୍ତର୍ଭୁକ୍ତ କରିଛନ୍ତି। ବୁଧବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ସାଂସଦଙ୍କ ଅଭିଯୋଗକୁ ବିଶେଷ ଅଧିକାର କମିଟି ନିକଟକୁ ପଠାଇଛନ୍ତି। ସାଂସଦ ସସ୍ମିତ ପାତ୍ର, ଏସ୍ ଫାଙ୍ଗନନ୍ କନ୍ୟକ, ଏମ ଥାମ୍ବିଦୁରାଇ ଏବଂ ନରହରି ଅମିନ୍ ଅଭିଯୋଗ କରିଛନ୍ତି ଯେ, ଚଢା ସେମାନଙ୍କୁ ନ ପଚାରି ଏକ ପ୍ରସ୍ତାବରେ ସେମାନଙ୍କ ନାମ ଉଲ୍ଲେଖ କରିଛନ୍ତି।

ସେପଟେ ଭାରତୀୟ ଜନତା ପାର୍ଟି ଚଢାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସଭାରୁ ନିଲମ୍ବନ କରିଥିବା ଆପ୍ ଅଭିଯୋଗ କରିଛି। ଦଳ କହିଛି ଯେ, ରାଘବ ଚଢାଙ୍କ ବିରୋଧରେ 'ନକଲି ଦସ୍ତଖତ' ଅଭିଯୋଗ ମିଥ୍ୟା ଏବଂ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ବିଜେପି ବିରୋଧରେ କହିଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ବିଜେପି ଅଭିଯୋଗ କରିଛି। ସେପଟେ ଚଢା ମଧ୍ୟ ଅଭିଯୋଗ ହୋଇଥିବା ଜାଲ୍ ଦସ୍ତଖତର ପ୍ରମାଣ ମାଗିଛନ୍ତି। ସୂଚନା ଅନୁସାରେ, ଗତକାଲି ଆଚରଣ ଉଲ୍ଲଙ୍ଘନ ଅଭିଯୋଗରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ୱନ କରାଯାଇଥିଲା।

Advertisment
AAP Raghav Chadha Rajya Sabha