Advertisment

ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗିରଫ

ଆର୍ଥିକ ହେରଫେର ମାମଲାରେ ଆପ୍ ନେତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

author-image
Debibandita Barick
ଅଦ୍ୟତନ ହୋଇଛି
Sanjay Singh

Sanjay Singh

ଆମ୍ ଆଦମୀ ପାର୍ଟି(ଆପ୍)କୁ ଆଉ ଏକ ଝଟକା। ଗିରଫ ହେଲେ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ତାଙ୍କୁ ଗିରଫ କରିଛି। ଦିଲ୍ଲୀର ମଦ ଦୁର୍ନୀତି ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ସଞ୍ଜୟ ସିଂହ। 

Advertisment

ଏହି ମାମଲାରେ ଆଜି ସାଂସଦଙ୍କ ଦିଲ୍ଲୀ ବାସଭବନରେ ଖୋଳତାଡ କରିଥିଲା ଇଡି। ସକାଳଠାରୁ ସାଂସଦଙ୍କ ଘରେ ଖାନତଲାସୀ ଜାରି ରଖିବା ପରେ ଶେଷରେ ଅପରାହ୍ଣରେ ସଞ୍ଜୟ ସିଂହଙ୍କୁ ଗିରଫ କରିଛି।

ଲିକର୍ ପଲିସି ମାମଲାର ଅଭିଯୁକ୍ତ ଦିନେଶ ଆରୋରା ସଞ୍ଜୟ ସିଂହଙ୍କ ନାମ ନେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିଲା ଇଡି। ଆରୋରା କହିଥିଲେ ଯେ, ସଞ୍ଜୟ ତାଙ୍କୁ ମନିଷ ସିସୋଦିଆଙ୍କ ସହ ଯୋଗାଯୋଗ କରାଇଥିଲେ। ଲିକର୍ ପଲିସି ଘୋଟାଲା ସମୟରେ ସିସୋଦିଆ ଅବକାରୀ ମନ୍ତ୍ରୀ ଥିଲେ। ପ୍ରକାଶ ଥାଉକି ଉଭୟ ସିସୋଦିଆ ଏବଂ ଆରୋରା ଜେଲରେ ଅଛନ୍ତି।

Advertisment

ତେବେ ଦଳର ପ୍ରମୁଖ ନେତା ଗିରଫ ତାଲିକାର ତିନି ନଂରେ ଅଛନ୍ତି ସଞ୍ଜୟ। ଗତ ବର୍ଷ ମେ' ମାସରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ। ସେ ମଧ୍ୟ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ। ଦଳ ପାଇଁ ସବୁଠାରୁ ବଡ ଝଟକା ଚଳିତ ବର୍ଷ ଫେବୃଆରୀରେ ଲାଗିଥିଲା। 

ଫେବ୍ରୁଆରୀରେ ଦିଲ୍ଲୀର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ତଥା ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ। ସିସୋଦିଆଙ୍କୁ ସିବିଆଇ ଲିକର୍ ପଲିସି ଦୁର୍ନୀତି ମାମଲାରେ ଗିରଫ କରିଥିଲା।

Ed AAP Enforcement Directorate Sanjay Singh Arrest AAP MP Arrest