Advertisment

ଆତିଶୀଙ୍କ ସମ୍ପର୍କରେ ସ୍ୱାତୀ ମାଲିୱାଲଙ୍କ ବଡ଼ ଦାବି, କାଉଣ୍ଟର କଲା ଆପ୍‌

୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା’ କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି।

Swati

Swati

Advertisment

ଦଳର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଓ ଆପ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆହୁରି ତୀବ୍ର ହୋଇଛି। ଆଜି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ଘୋଷଣା କରାଯାଇଛି।

Advertisment

ପ୍ରାୟ ଗୋଟିଏ ଦଶନ୍ଧି ପରେ ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛି। କିନ୍ତୁ ଆତିଶୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କ ସମ୍ପର୍କରେ ଆପ୍‌ର ବିଦ୍ରୋହୀ ରାଜ୍ୟସଭା ସାଂସଦ ସ୍ୱାତୀ ବଡ଼ ବୟାନ ଦେଇଛନ୍ତି। ଦଳ ଆତିଶୀଙ୍କୁ ଡମି ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି ଓ ଏହା ଜାତୀୟ ରାଜଧାନୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ ବୋଲି ସେ କହିଛନ୍ତି। 

କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ଆତିଶୀଙ୍କୁ କଟାକ୍ଷ କରିବା ପରେ ସ୍ୱାତୀ ମାଲିୱାଲ ଗୋଟିଏ ଚିଠି ଶେୟାର କରିଛନ୍ତି। ୨୦୦୧ ସଂସଦ ଆକ୍ରମଣ ଘଟଣାରେ ଫାଶୀ ପାଇଥିବା ଅଫଜଲ ଗୁରୁ ପାଇଁ ଆତିଶୀଙ୍କ ବାପା ମା’ କ୍ଷମା ଆବେଦନ ଲେଖିଥିଲେ ବୋଲି ମାଲିୱାଲ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, “ଆଜି ଦିଲ୍ଲୀ ପାଇଁ ଅତ୍ୟନ୍ତ ଦୁଃଖର ଦିନ। ଆଜି ଏମିତି ଜଣେ ମହିଳାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଛି, ଯାହାଙ୍କ ପରିବାର ଲୋକ ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀରୁ ରକ୍ଷା କରିବା ପାଇଁ ଦୀର୍ଘ ସମୟ ଧରି ଲଢ଼େଇ କରିଥିଲେ।

ତାଙ୍କ ବାପା ମା’ ଅଫଜଲ ଗୁରୁକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖିଥିଲେ। ସେମାନଙ୍କ ମତରେ ଅଫଜଲ ଗୁରୁ ନିର୍ଦ୍ଦୋଷ ଓ ରାଜନୀତି ଷଡ଼ଯନ୍ତ୍ର ବଳରେ ତା’କୁ ଫସା ଯାଇଛି। ଅବଶ୍ୟ ଆତିଶୀ ମାର୍ଲେନା ଜଣେ ଡମି ମୁଖ୍ୟମନ୍ତ୍ରୀ। ତଥାପି ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡ଼ିତ। ଭଗବାନ ଦିଲ୍ଲୀକୁ ସୁରକ୍ଷା ଦିଅନ୍ତୁ।”

ତେବେ ସ୍ୱାତୀଙ୍କ ଏପରି ବୟାନକୁ ଆପ୍‌ ପକ୍ଷରୁ ଦୃଢ଼ ଭାବେ କାଉଣ୍ଟର କରାଯାଇଛି। ଆପ ନେତା ଦିଲୀପ ପାଣ୍ଡେ କହିଛନ୍ତି, ଯଦି ସ୍ୱାତୀ ମାଲିୱାଲଙ୍କ ପାଖରେ ଟିକିଏ ଲାଜ ବାକି ରହିଛି, ତା’ହେଲେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ। ସେ ବିଜେପି ଟିକେଟ ହାସଲ କରନ୍ତୁ।

ଗୋଟିଏ କଥା ମନେ ରଖନ୍ତୁ। ସ୍ୱାତୀ ମାଲିୱାଲ ଏମିତି ଜଣେ ଲୋକ ଯିଏ ଆପ୍‌ ଠାରୁ ରାଜ୍ୟସଭା ଟିକେଟ ନେଇଛନ୍ତି। କିନ୍ତୁ ବିଜେପିର ସଂଳ୍ପାପ ପଢ଼ୁଛନ୍ତି। ଯଦି ସେ ରାଜ୍ୟସଭାରେ ରହିବାକୁ ଚାହୁଁଛନ୍ତି, ତା’ହେଲେ ବିଜେପିକୁ ଟିକେଟ ହାସଲ କରନ୍ତୁ।”

AAP Atishi Swati Maliwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe