Advertisment

'ଇଣ୍ଡିଆ' ବ୍ଲକକୁ ଝଟ୍‌କା! ହରିୟାଣାରେ ଏକା ଲଢ଼ିବ ଆପ୍‌

ହରିୟାଣାର ସମସ୍ତ ୯୦ଟି ବିଧାନସଭା ଆସନରେ ଏକା ଲଢ଼ିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।

kejriwal

kejriwal

Advertisment

ପଞ୍ଜାବରେ ପରେ ହରିୟାଣାରେ ମଧ୍ୟ ଏକା ଲଢ଼ିବ ଆପ୍‌। ଏଭଳି କିଛି ଘୋଷଣା କରିଛନ୍ତି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ପ୍ରଥମେ ମମାତା ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଓ ତା'ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ପରେ କେଜ୍ରିଓ୍ୱାଲଙ୍କ ଏହି ଏକ ଲଢ଼ିବା ଘୋଷଣା ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍‌କୁ ଝଟ୍‌କା ଦେଇଛି।

Advertisment

ଆପ୍‌ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରବିବାର ହରିୟାଣାର ସମସ୍ତ ୯୦ଟି ବିଧାନସଭା ଆସନରେ ଏକା ଲଢ଼ିବାକୁ ଘୋଷଣା କରିଛନ୍ତି। ଏକା ଲଢ଼ିବାକୁ ଘୋଷଣା କରିଥିଲେ ସୁଦ୍ଧା ସେ ଇଣ୍ଡିଆ ମେଣ୍ଟକୁ କିନ୍ତୁ ନିରାଶ କରିନାହାନ୍ତି। ଆଗାମୀ ଲୋକସଭା ନିର୍ବାଚନ ଇଣ୍ଡିଆ ଆଲାଏନ୍ସ ସହ ମିଶି ଲଢ଼ିବାକୁ କେଜ୍ରିଓ୍ୱାଲ କହିଛନ୍ତି।

ରବିବାର ହରିୟାଣାର ଜିନ୍ଦରେ ରାଜ୍ୟ ସ୍ତରୀୟ 'ପରିବର୍ତ୍ତନ ରାଲି'ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ୱନ୍ତ ସିଂହ ମାନ ଅଂଶଗ୍ରହଣ କରିଥିଲେ। ଏହି ସମୟରେ 'ଇଣ୍ଡିଆ' ମେଣ୍ଟ ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବାକୁ କେଜ୍ରିଓ୍ୱାଲ ଘୋଷଣା କରିଥିଲେ। ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ୍‌ ଏକା ଲଢ଼ିବ ବୋଲି କହିଥିଲେ କେଜ୍ରିଓ୍ୱାଲ। ଏଥିସହ ଏହି ନିର୍ବାଚନରେ ଝାଡୁ ଚିହ୍ନରେ ବଟନ୍‌ ଦବାଇ ରାଜ୍ୟ ଆପ୍‌ ସରକାର ଗଠନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।

Advertisment

ଏହି ସମୟରେ କେଜ୍ରିଓ୍ୱାଲା ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, 'ମୁଁ ହରିୟାଣାର ବାସିନ୍ଦା। ମୋର ଏଠାରେ ସମ୍ପର୍କୀୟ ଅଛନ୍ତି। ଯେତେବେଳେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆମ ଲୋକଙ୍କୁ ଯୁଦ୍ଧଗ୍ରସ୍ତ ଇସ୍ରାଏଲକୁ ପଠାନ୍ତି ସେତେବେଳେ ମୋତେ ବେଶ୍ ଦୁଃଖ ଲାଗେ। ଏଠାକାର ମୁଖ୍ୟମନ୍ତ୍ରୀ ଆପଣଙ୍କୁ ନିଜର ବୋଲି ଭାବନ୍ତି ନାହିଁ।'

ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଲୋକଙ୍କୁ ଆମ ଆଦମୀ ପାର୍ଟି ଆଡକୁ ଆକର୍ଷିତ କରିବା ପାଇଁ କେଜ୍ରିଓ୍ୱାଲ ଯୋଜନା କରୁଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ହରିୟାଣାରେ ବିଜୟ ହାସଲ କରିଥିଲା। ବିଜେପି ୪୦ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ହାତକୁ ୩୦ଟି ଯାଇଥିଲା। ଜନନାୟକ ଜନତା ପାର୍ଟି ୧୦ଟି ଆସନରେ ଜିତିଥିଲା। ଏହାପରେ ବିଜେପି ସମର୍ଥନରେ ସରକାର ଗଠନ କରିଥିଲା।

Arvind Kejriwal AAP Haryana Assembly Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe