Advertisment

ମେଣ୍ଟ କରିବନି, ଦିଲ୍ଲୀ ବିଧାନସଭାରେ ଏକା ଲଢ଼ିବ ଆପ୍‌

ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ବସିଥିଲା। ବୈଠକରେ ସମସ୍ତ ବିଧାୟକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ପ୍ରତି ଶନିବାର ଓ ରବିବାର ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି।

author-image
Hemant Lenka
aap

aap

ଚଳିତ ଲୋକସଭାରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କ୍ଷମତାସୀନ ଆପ୍‌ ବଡ଼ ନିଷ୍ପତ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ଏକାକୀ ଲଢ଼ିବ ବୋଲି ଆଜି ଘୋଷଣା କରିଛି।

Advertisment

ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କଂଗ୍ରେସ ସହ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହୋଇନାହିଁ। ଆମେ ଏକାକୀ ନିର୍ବାଚନ ଲଢ଼ିବୁ।

ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକମାନଙ୍କ ବୈଠକ ବସିଥିଲା। ବୈଠକରେ ସମସ୍ତ ବିଧାୟକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ପ୍ରତି ଶନିବାର ଓ ରବିବାର ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କୁହାଯାଇଛି। ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ବିକାଶମୂଳକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଏବେ ପୁଣି ସେସବୁ ଆରମ୍ଭ କରିବାକୁ କୁହାଯାଇଛି।

Advertisment

ଜୁନ ୮ରେ ଆପ୍‌ ପକ୍ଷରୁ ମନ୍ତ୍ରିପରିଷଦ ବୈଠକ ଡକାଯାଇଛି। ସେହିପରି ଜୁନ ୧୩ରେ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବସିବ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏବେ ଅବାକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ରହିଛନ୍ତି। ତେଣୁ ଆଜିର ବୈଠକରେ କେଜ୍ରିୱାଲଙ୍କ ପତ୍ନୀ ସୁନିତା ଉପସ୍ଥିତ ରହିଥିଲେ। ଏଥିସହ ଦଳ ଏକାଧିକ ରାଜ୍ୟସଭା ସାଂସଦମାନେ ବୈଠକରେ ସାମିଲ ହୋଇଥିଲେ।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଆପ୍‌ ଦିଲ୍ଲୀ, ହରିଆଣା, ପଞ୍ଜାବ, ଗୁଜରାଟ ଓ ଆସାମର ୨୨ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ହେଲେ ଦଳ କେବଳ ୩ଟି ଲୋକସଭା ଆସନ ଜିତି ପାରିଛି।

Congress Delhi AAP