Advertisment

କଂଗ୍ରେସ ବିଧାୟକଙ୍କ ଗିରଫଦାରୀ ପରେ ଇଣ୍ଡିଆ ମେଣ୍ଟରେ ସଙ୍କଟ

ଆପ୍‌ ଓ କଂଗ୍ରେସ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ। ଉଭୟ ଦଳ ବିଜେପି ବିରୋଧରେ ଏକାଠି ହେବାକୁ ଜାତୀୟ ସ୍ତରରେ ଉଦ୍ୟମ କରୁଛନ୍ତି।

Punjab

Punjab

Advertisment

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫଦାରୀ ପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ସଙ୍କଟ ଦେଖାଯାଇଛି। ଡ୍ରଗ୍ସ ଓ ମନିଲଣ୍ଡରିଂ ମାମଲାରେ ସୁଖପାଲଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିଛି।

Advertisment

ପଞ୍ଜାବରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କ୍ଷମତାରେ ରହିଛି। ତାଙ୍କ ଦଳ ରାଜନୀତିକ ଆକ୍ରୋଶ ରଖି ସୁଖପାଲଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଏହାକୁ ଆପ୍‌ ଖଣ୍ଡନ କରିବା ପରେ ବିବାଦ ଦେଖାଦେଇଛି।

ଆପ୍‌ ଓ କଂଗ୍ରେସ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ। ଉଭୟ ଦଳ ବିଜେପି ବିରୋଧରେ ଏକାଠି ହେବାକୁ ଜାତୀୟ ସ୍ତରରେ ଉଦ୍ୟମ କରୁଛନ୍ତି। ହେଲେ ପଞ୍ଜାବରେ ଦୁଇ ଦଳ ପରସ୍ପର ବିରୋଧରେ ବୟାନ ରଖିବା ଇଣ୍ଡିଆ ମେଣ୍ଟକୁ ଚିନ୍ତାରେ ପକାଇଛି।

Advertisment

ସୁଖପାଲଙ୍କ ଗିରଫଦାରୀକୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ୱାର୍ଣ୍ଣିଂ କହିଛନ୍ତି, ଆପ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରକ୍ତ ପାଇଁ ଶୋଷିଲା ଅଛନ୍ତି। ସେ ଯଦି ମୋତେ ଯଦି ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେବେ, ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ବିରୋଧୀଙ୍କୁ ଡରାଇ ଓ ଧମକାଇ ମୁହଁ ବନ୍ଦ କରିବା ପାଇଁ ଗିରଫଦାରୀ କରାଯାଇଛି। କିନ୍ତୁ ଏଥିରେ କେବେ ବି ଆପ୍‌ ସରକାର ସଫଳତା ପାଇବେ ନାହିଁ। ଆମେ ବେଶ ଦୃଢ଼ ଭାବେ ସୁଖପାଲ ଖଇରାଙ୍କ ସହ ରହିଛୁ ବୋଲି ସେ କହିଛନ୍ତି।

ତେବେ କଂଗ୍ରେସର ଏପରି ଅଭିଯୋଗକୁ ଆପ୍‌ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ୨୦୧୫ର ଗୋଟିଏ ମାମଲାରେ ମିଳିଥିବା ପ୍ରମାଣ ଆଧାରରେ ସୁଖପାଲଙ୍କୁ ଗିରଫ କରାଯାଇଛି।

ଆଇନ ସମସ୍ତଙ୍କ ପାଇଁ ସମାନ। ଯେଉଁ ଦଳର ନେତା ହୁଅନ୍ତୁ ପଛେ, ସମସ୍ତ ଆଇନ ପରିସର ମଧ୍ୟରେ ରହିବାକୁ ବାଧ୍ୟ। ତେଣୁ ଏହାକୁ ନେଇ ରାଜନୀତି କରିବାର କୌଣସି ଆବଶ୍ୟକନ ନଥିବା ଆପ ପକ୍ଷରୁ କୁହାଯାଇଛି।

Punjab Politics Punjab Congress AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe