Advertisment

ଇତିହାସରେ ପ୍ରଥମ: ଆମ ଆଦମୀ ପାର୍ଟିକୁ ଅଭିଯୁକ୍ତ ଦର୍ଶାଇବ ଇଡି

ଦୁର୍ନୀତି ମାମଲାରେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ଅଭିଯୁକ୍ତ ଭାବେ ଚିତ୍ରଣ କରିବାର ନଜିର ରହିଛି। କିନ୍ତୁ ପ୍ରଥମ ଥର ପାଇଁ ପୂରା ଗୋଟିଏ ରାଜନୀତିକ ଦଳକୁ ଅଭିଯୁକ୍ତ ଦର୍ଶାଯିବ।

ଅଦ୍ୟତନ ହୋଇଛି
AAP

AAP

Advertisment

ଭାରତରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାରେ କୌଣସି ଗୋଟିଏ ଜାତୀୟ ରାଜନୀତିକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଯିବ। ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଅଭିଯୁକ୍ତ ଦର୍ଶାଇବ।

Advertisment

ଏନେଇ ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଇଡି ଅବଗତ କରାଇଛି। ଦୁର୍ନୀତି ମାମଲାରେ କୌଣସି ବ୍ୟକ୍ତି ବା ସଂସ୍ଥାକୁ ଅଭିଯୁକ୍ତ ଭାବେ ଚିତ୍ରଣ କରିବାର ନଜିର ରହିଛି। କିନ୍ତୁ ପ୍ରଥମଥର ପାଇଁ ପୂରା ଗୋଟିଏ ରାଜନୀତିକ ଦଳକୁ ଅଭିଯୁକ୍ତ ଦର୍ଶାଯିବ।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଆପ୍‌ର ୩ ପ୍ରମୁଖ ନେତା ମନୀଷ ସିସୋଦିଆ, ସଞ୍ଜୟ ସିଂହ ଓ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ସାରିଛି। ଦୁର୍ନୀତିରୁ ମିଳିଥିବା ଟଙ୍କାକୁ ଆପ୍‌ ତା’ର ନିର୍ବାଚନ ପ୍ରଚାରରେ ବ୍ୟବହାର କରିଛି। ତେଣୁ ଆପ୍‌ ଏହି ଘଟଣାର ଅଭିଯୁକ୍ତ ବୋଲି ଇଡି ଯୁକ୍ତି ରଖିଛି।

Advertisment

ଆପ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହୋଇଛି। ଏହାକୁ ବିରୋଧ କରି ଇଡି କହିଛି ଯେ ପୂରା ମାମଲାରେ ଗୋଟିଏ ଅତିରିକ୍ତ ଚାର୍ଜଶିଟ ତଦନ୍ତକାରୀ ସଂସ୍ଥା ଖୁବଶୀଘ୍ର ଦାଖଲ କରିବ।

ଏଥିରେ ଅଭିଯୁକ୍ତ ଭାବେ ଆପ୍‌ର ନାଁ ରହିବ। ଅବକାରୀ ନୀତି ଦୁର୍ନୀତି ମାମଲାର ବିଚାରକୁ ବିଳମ୍ବିତ କରିବା ପାଇଁ ଅଭିଯୁକ୍ତମାନେ ନିୟମିତ ପ୍ରୟାସ କରି ଚାଲିଛନ୍ତି ବୋଲି ମଧ୍ୟ ଇଡି କହିଛି।

୨୦୨୧-୨୨ରେ ଲାଗୁ ହୋଇ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଇଡି ଅଭିଯୋଗ କରିଛି। ଦୁର୍ନୀତି ଅଭିଯୋଗ ପରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତବର୍ଷ ମନୀଷ ସିସୋଦିଆ ଏହି ମାମଲାରେ ଗିରଫ ହୋଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ତେବେ ସେ ୫୦ ଦିନ ଜେଲରେ ରହିବା ପରେ ଏବେ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ୨୧ ଦିନର ଜାମିନ ପାଇଛନ୍ତି। ଜୁନ ୨ରେ ସେ ପୁଣି ଜେଲରେ ଆତ୍ମସମର୍ପଣ କରିବେ।

ED Raid Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe