Advertisment

୨୦୨୪ ନିର୍ବାଚନରେ ସବୁ ଆସନରେ ପ୍ରାର୍ଥୀ ଦେବ ଆପ୍‌

‘ସବୁଥାଇ ମଧ୍ୟ ଆଜି ଓଡ଼ିଶା ପଛୁଆ ରହିଛି। ସରକାର ଓ ନେତାମାନେ କେବଳ ଦୁର୍ନୀତିରେ ଲିପ୍ତ ରହୁଛନ୍ତି’

author-image
Manoranjan Sial
ଅଦ୍ୟତନ ହୋଇଛି
Aap

Aap

୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନିର୍ବାଚନମଣ୍ଡଳୀରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏକାକୀ ଲଢ଼ିବ। ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଦିଆଯିବ ବୋଲି ଆପ୍‌ ନେତା ତଥା ରାଜ୍ୟ ପ୍ରଭାରୀ ରବିନ୍ଦ୍ର ସିଂ କାଡିଆନ୍‌ କହିଛନ୍ତି।

Advertisment

ରାଜ୍ୟ ପ୍ରଭାରୀ ରବିନ୍ଦ୍ର ସିଂ କାଡ଼ିଆନ୍‌ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ କଟକରେ ଆପ୍‌ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ପଳାଉଛନ୍ତି ଯୁବପିଢ଼ି। ଶିକ୍ଷା, ସ୍ୱାସ୍ଥ୍ୟ, ବେରୋଜଗାରୀ ଆଦିକୁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରିବୁ। ସବୁଥାଇ ମଧ୍ୟ ଆଜି ଓଡ଼ିଶା ପଛୁଆ ରହିଛି। ସରକାର ଓ ନେତାମାନେ କେବଳ ଦୁର୍ନୀତିରେ ଲିପ୍ତ ରହୁଛନ୍ତି ବୋଲି ବିରେନ୍ଦ୍ର ସିଂ କାଡିଆନ୍‌ କହିଛନ୍ତି।

ରାଜ୍ୟରେ କାହା ସହିତ ଲଢ଼େଇ ହେବ। ଏହାର ଜବାବରେ ଶ୍ରୀ କାଡିଆନ୍‌ କହିଛନ୍ତି, ବିଜେପି, ବିଜେଡି ଓ କଂଗ୍ରେସ ସବୁ ଏକ। ଆମର ସମସ୍ତଙ୍କ ସହିତ ଲଢ଼େଇ ହେବ। ବ୍ୟକ୍ତିଗତ ଭାବେ ଆମେ କାହା ସହିତ ଲଢ଼ିବୁ ନାହିଁ। ଲୋକଙ୍କୁ ନ୍ୟାୟ, ଭଲ ଶିକ୍ଷା ବ୍ୟବସ୍ଥା, ଭଲ ସ୍ୱାସ୍ଥ୍ୟ ପାଇଁ ଲଢ଼େଇ କରିବୁ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଆପ୍‌ ରାଜ୍ୟ ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତତିକୁ ଜୋରଦାର କରାଯାଉଛି। ସେଥିପାଇଁ ଆଗାମୀ ଦିନରେ ସନ୍ଦୀପ ପାଠକ ଆସିବେ। ତାଙ୍କ ପରେ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ମାର୍ଚ୍ଚ କିମ୍ୱା ଏପ୍ରିଲ୍‌ରେ ଆସିପାରନ୍ତି। ରାଜ୍ୟର ଅନେକ ତୁଙ୍ଗ ନେତା ଆପ୍‌ରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଗସ୍ତ ସମୟରେ ସେମାନେ ଦଳରେ ଯୋଗଦେବେ ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି।

Cuttack AAP AAP Leader