Advertisment

ତେଜିଲା ଆପ୍‌ ଓ ବିଜେପି ପୋଷ୍ଟର ୱାର: ଗାଲିବାଜ ଦାନବ ବନାମ ପୂର୍ବାଞ୍ଚଳର ଶତ୍ରୁ

ଆପ୍‌ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।

cm

cm

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି କ୍ଷମତାସୀନ ଆପ୍‌ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର ସେତିକି ତୀବ୍ର ହେଉଛି। ଆପ୍ ପକ୍ଷରୁ ପୋଷ୍ଟର ଜାରି କରାଯାଇ ବିଜେପିକୁ ପ୍ରଥମେ ଟାର୍ଗେଟ କରାଯାଇଥିଲା। ବିଜେପି ମଧ୍ୟ ଏହାର କଡ଼ା ଜବାବ ଦେଇଛି।

Advertisment

ବିଜେପି ଦିଲ୍ଲୀ ପାଇଁ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବାରୁ ଏହାକୁ ଆପ ପକ୍ଷରୁ ଟାର୍ଗେଟ କରାଯାଇଛି। ଏନେଇ ଗୋଟିଏ ପୋଷ୍ଟର ଜାରି କରି ଆପ୍‌ ପ୍ରଶ୍ନ କରିଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ? ଏହି ପୋଷ୍ଟରରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆମ ଆଦମୀ ପାର୍ଟିର ପ୍ରମୁଖ ଚେହେରା ଭାବେ ପ୍ରଦର୍ଶିତ କରାଯାଇଛି।

Advertisment

ଏଥିସହ ବିଜେପିକୁ ଗାଲି ଗୁଲଜ ପାର୍ଟି ଭାବେ ଅବିହିତ କରାଯାଇଛି। ବିଜେପି ନେତାମାନେ କେମିତି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି, ସେକଥା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହାବାଦ ଅମିତ ଶାହ ସମ୍ବିଧାନ ପ୍ରଣେତା ବାବା ସାହେବ ଓ ଜେପି ନଡ୍ଡା ପୂର୍ବାଞ୍ଚଳର ଲୋକଙ୍କୁ ଅପମାନିତ କରିଥିବା ଆପ୍‌ ଅଭିଯୋଗ କରିଛି। ବିଜେପିର ରମେଶ ବଧୁରୀ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ବୀରେନ୍ଦ୍ର ସଚଦେବା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନୋଜ ତିୱାରୀ ମହିଳାଙ୍କ ପ୍ରତି ଅପମାନ କରିବା ଭଳି ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ଆପ୍‌ ପୋଷ୍ଟ ଜାରି କରିଛି।

ଆପ୍‌ ପକ୍ଷରୁ ଅତିରିକ୍ତ ଭାବେ ଜାରି କରାଯାଇଥିବା ପୋଷ୍ଟରର ଶୀର୍ଷକ ‘ବିଜେପି କେ ଗାଲିବାଜ ଦାନବ ସେ ଦିଲ୍ଲୀ ରହେ ସତର୍କ’ ରଖାଯାଇଛି। ଗାଲିବାଜ ଦାନବ ପୋଷ୍ଟରରେ ଅମିତ ଶାହ, ମନୋଜ ତିୱାରୀ, ରମେଶ ବିଧୁରୀ, ବୀରେନ୍ଦ୍ର ସଚଦେବା ଓ ପ୍ରବେଶ ବର୍ମାଙ୍କ ଫଟୋ ରହିଛି।

ଆପ୍‌ର ଏପରି ପୋଷ୍ଟରର ଜବାବ ମଧ୍ୟ ବିଜେପି ଦେଇଛି। ଦଳ ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରାଯାଇଛି। କେଜ୍ରିୱାଲଙ୍କ ଫଟୋ ଥିବା ପୋଷ୍ଟର ଜାରି କରି ବିଜେପି ଏହାର ଶୀର୍ଷକ “ପୂର୍ବାଞ୍ଚଳର ସମାଜ କା ଅପମାନ, ଶିସମହଲ କେ ନୱାବ କେଜ୍ରିୱାଲ କି ପେହେଚାନ’ ରଖାଯାଇଛି। କେଜ୍ରିୱାଲଙ୍କୁ ପୂର୍ବାଞ୍ଚଳର ଶତ୍ରୁ ମଧ୍ୟ ବିଜେପି କହିଛି।

ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଯାକ ଆସନ ଭାବେ ଭୋଟ ହେବ। ଫେବୃଆରୀ ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Delhi Election Bjp AAP Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe