Advertisment

ସଂସଦରେ ଦମ୍ଭୋକ୍ତି କଲେ ମୋଦି, କହିଲେ- ବିଜେପି ୩୭୦ ଆସନ ଜିତିବ

ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକଦା କହି ସାରିଛନ୍ତି ଯେ ଏନଡିଏ ସରକାର ୪୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ।

PM Modi

PM Modi

Advertisment

ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଏବେ ଠାରୁ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନ ଜିତିବ। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ୪୦୦ରୁ ଅଧିକ ଆସନ ଜିତିବ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି ଦମ୍ଭୋକ୍ତି କରିଛନ୍ତି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜଣାଇ ମୋଦି ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେ ନିଜ ସରକାରର ପ୍ରଶଂସା କରିଛନ୍ତି। ଏଥିସହ ପୁଣିଥରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକଦା କହି ସାରିଛନ୍ତି ଯେ ଏନଡିଏ ସରକାର ୪୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ।

Advertisment

ସେ କହିଛନ୍ତି, “ଆମର ତୃତୀୟ ପାଳି ବେଶୀ ଦୂର ନୁହେଁ। ସମ୍ଭବତଃ ୧୦୦ରୁ ୧୨୫ ଦିନ ବାକି ରହିଛି। ମୁଁ ସଂଖ୍ୟାକୁ ଯିବି ନାହିଁ। କିନ୍ତୁ ମୁଁ ଦେଶର ମୁଡକୁ ଦେଖିପାରୁଛି। ପୂରା ଦେଶ ଏବେ କହୁଛି ଯେ ଅବ କି ବାର ୪୦୦ ପାର। ଏପରି କି ଖଡଗେଜୀ ମଧ୍ୟ ସମାନ କଥା କହିଛନ୍ତି। ବିଜେପି ନିଶ୍ଚିତ ଭାବେ ୩୭୦ ଆସନ ଜିତିବ। ଆମର ତୃତୀୟ ପାଳିରେ ଅନେକ ବଡ଼ ନିଷ୍ପତ୍ତି ନିଆଯିବ।”

ଫେବୃଆରୀ ୨ରେ ଖଡଗେ ରାଜ୍ୟସଭାରେ କହିଥିଲେ ଯେ ବିଜେପି ଏବେ ସଂଖ୍ୟାଗରିଷ୍ଠତା ହାସଲ କରି ସାରିଛି। ଦଳ ଆସନ୍ତା ଲୋକସଭାରେ ୪୦୦ରୁ ଅଧିକ ଆସନ ଜିତିବାକୁ ଚେଷ୍ଟା କରିବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ “ବିରୋଧୀ ଦୀର୍ଘ ସମୟ ଧରି ବିରୋଧୀ ଭାବେ ରହିବାକୁ ନିଷ୍ପତ୍ତି ନେଇଥିବାରୁ ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି। ଆପଣମାନେ ଯେମିତି ଦୀର୍ଘ ଦଶନ୍ଧି ଧରି ସରକାରରେ ରହିଥିଲେ, ଠିକ ସେହିପରି ଏବେ ବିରୋଧୀ ଆସନରେ ବସି ରହିବେ। ଆସନ୍ତା ନିର୍ବାଚନରେ ଆପଣ ଆହୁରି ଉଚ୍ଚକୁ ଯିବେ। ଆପଣମାନେ ଦର୍ଶକ ଗ୍ୟାଲେରୀରେ ବସିବେ।”

ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୋଟିଏ ଦ୍ରବ୍ୟକୁ ବାରମ୍ବାର ଲଞ୍ଚ କରିବା ଲକ୍ଷ୍ୟରେ ଏବେ କଂଗ୍ରେସର ଦୋକାନ ବନ୍ଦ ହେବାକୁ ବସିଲାଣି। ଯେତେବେଳେ ଗୋଟିଏ ପରିବାର ଓ ଏହାର ସଦସ୍ୟମାନେ ଦଳର ନିଷ୍ପତ୍ତି ନିଅନ୍ତି, ତାକୁ ପରିବାରବାଦ କୁହାଯାଏ। ପରିବାର ଦ୍ୱାରା ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମୋଦି କହିଛନ୍ତି।

Congress PM Modi Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe