Advertisment

ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ଅଭିଳାଷ ପଣ୍ଡା

ଏସସିବିରେ ଅଭିଳାଷଙ୍କ ଚିକିତ୍ସାରେ ଅବହେଳା ହେବା ଓ ଠିକ ଭାବେ ପରୀକ୍ଷା କରାଯାଇନଥିବା ଅଭିଯୋଗ ହୋଇଛି।

undefined

Abhilash Panda

Advertisment

ଏସସିବି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ। ହଟାହଟା ହେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା। ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ହିଂସା ରେ ଶିକାର ହୋଇ ଗତକାଲି ଏସସିବିରେ ଭର୍ତ୍ତି ହୋଇଥିଲେ ଅଭିଳାଷ ଓ ତାଙ୍କ ସାଥି।

Advertisment

ଏସସିବିରେ ଅଭିଳାଷଙ୍କ ଚିକିତ୍ସାରେ ଅବହେଳା ହେବା ଓ ଠିକ ଭାବେ ପରୀକ୍ଷା କରାଯାଇନଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ଏସସିବି ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ମାନେ। ଧାରଣା ସ୍ଥଳରେ ଏସସିବି ସୁପରିଟେଣ୍ଡେଣ୍ଟ ସୁଧାଂଶୁ ଶେଖର ମିଶ୍ର ପହଞ୍ଚି ବିଜେପି କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଅଭିଳାସଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ବିଜେପି କର୍ମୀ ଅଭିଳାଷଙ୍କୁ ଡିସ୍ଚାର୍ଜ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଉନ୍ନତମାନର ଚିକିତ୍ସା କରାଇବା ନେଇ ସ୍ଥାନାନ୍ତର କରାଯାଇଛି।

ଅଭିଳାଷ ପଣ୍ଡା କହିଛନ୍ତି, ଏସସିବି ମେଡିକାଲରେ ବହୁ ଅବ୍ୟବସ୍ଥା ରହିଛି। ରୋଗୀକୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ଏସସିବି ମେଡିକାଲ ଆଜିବି ପଛରେ ରହିଛି। ଏଠାରେ ସିଟି ସ୍କାନ କରିବାକୁ ରୋଗୀ ଛଟପଟ ହେଉଛନ୍ତି। ମୋ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଡାକ୍ତର ସିଟି ସ୍କାନ କରିବାକୁ କହିଥିଲେ। ହେଲେ ଏଠି ସ୍କାନ ନ କରି ପକାଇ ରଖିଛନ୍ତି।

Advertisment

ଡ଼ା. ସୁଧାଂଶୁ ଶେଖର ମିଶ୍ର ଏସସିବି ସୁପରିଟେଣ୍ଡେଣ୍ଟ କହିଛନ୍ତି, ମେଡିକାଲରେ ଆହତଙ୍କୁ କେବେ ବି ଅବହେଳା କରାଯାଏ ନାହିଁ। ସମସ୍ତ ପ୍ରକାରର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆ ଯାଇଛି।

Bjp Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe