Advertisment

ଅଭିମନ୍ୟୁ ବେହେରା ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି।

undefined

Loka Seva Bhavan

Advertisment

ରଥଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ରାଜ୍ୟ ସରକାର  ପୁରୀ ପୌର ପରିଷଦରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ(ଏକଜ୍ୟୁଟିଭ ଅଫିସର)ଙ୍କୁ ନିଯୁକ୍ତି ଦେଇଛନ୍ତି । ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଦଳି କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ବରିଷ୍ଠ ଓଏଏସ୍ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ରାଜ୍ୟ ସରକାର ଗତ ମାର୍ଚ୍ଚ ୧୪ତାରିଖରେ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ । ମାତ୍ର ଅଢ଼େଇ ମାସରେ ତାଙ୍କ ସ୍ଥାନରେ ଶ୍ରୀ ବେହେରାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।

Advertisment
Loka Seva Bhavan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe