Advertisment

ଅଭିଷେକ ହେବେ ମମତାଙ୍କ ରାଜନୈତିକ ଉତ୍ତରାଧିକାରୀ, ଘୋଷଣା କଲା ଦଳ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ସମ୍ଭାଳିବେ ଟିଏମସି ଗାଦି।

Mamata Banerjee & Abhishek Banerjee

Mamata Banerjee & Abhishek Banerjee

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ସମ୍ଭାଳିବେ ଟିଏମସି ଗାଦି। ଏନେଇ ଅଫିସିଆଲି ଘୋଷଣା କରିଛନ୍ତି ଟିଏମ୍‌ସିର ପ୍ରବକ୍ତା କୁନାଲ ଘୋଷ ।

Advertisment

ଏନେଇ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମମତା ବାନାର୍ଜୀ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଷିକ୍ତ କରାଯିବ ।

ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗକୁ ଅକ୍ତିଆର କରିବାକୁ ବିରୋଧୀମାନେ ଦିବାସ୍ୱପ୍ନ ଦେଖୁଥିବା ବେଳେ ତାହା କେବେ କି ସଫଳ ହୋଇ ପାରିବ ନାହିଁ। ଏଥିସହ ସେ କହିଛନ୍ତି, ଟିଏମ୍‌ସି ଏକ ଅବିଭକ୍ତ ଦଳ। ଏହା ସମସ୍ତ ବିରୋଧୀ ଶକ୍ତିଙ୍କ ସହ ଏକାକୀ ଲଢ଼ି ପାରିବ।  ଆମର ନେତା ଜଣେ ଥିବା ବେଳେ ବିଜେପି କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ତାହା ପ୍ରଥମେ ସ୍ଥିର କରୁ ।

Advertisment

ଗତ ମାସ ପ୍ରାରମ୍ଭରେ ଟିଏମ୍‌ସିର ଅଭିଷେକ ବାନାର୍ଜୀଙ୍କ ମତାମତକୁ ନେଇ ବିବାଦ ଦେଖାଦେଇଥିଲା। ସେ କହିଥିଲେ, ରାଜନୀତି କିମ୍ବା ଅନ୍ୟ ଯେକୌଣସି କ୍ଷେତ୍ରରେ ସର୍ବାଧିକ ବୟସ ସୀମା ରହିବା ଉଚିତ । କାରଣ ଜଣେ ୩୦,୩୫ ବର୍ଷୀୟ ଯୁବକ ଯେଉଁ କାମ କରି ପାରିବେ ୮୦ ବର୍ଷୀୟ ସେହି ଦକ୍ଷତାର ସହ କରି ପାରିବେନି ।

ଏହାକୁ ନେଇ ବିବାଦ ଦେଖାଦେବା ପରେ ଅଭିଷେକ ବାନାର୍ଜୀ ନିଜ ତରଫରୁ ସ୍ପଷ୍ଟୀକରଣ ଦେଇ କାହାକୁ ଟାର୍ଗେଟ କରି ଏପରି କହି ନ ଥିବା କହିଲେ। ଏଥିସହ ଦୀର୍ଘ ବର୍ଷର ଅନୁଭବ ହେତୁ ବୟସ୍କଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା କହିଛନ୍ତି।

ନିଜ ପୁତୁରାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଥିଲେ, ଦଳ ମଧ୍ୟରେ ବୟସକୁ ନେଇ କୌଣସି ପ୍ରକାର ବାଧକ ନାହିଁ। ଏଥିସହ ଦଳର ଯୁବ ସଦସ୍ୟମାନେ ବରିଷ୍ଠଙ୍କୁ ସମ୍ମାନ ଦେବା ସହ ବରିଷ୍ଠମାନେ ମଧ୍ୟ କନିଷ୍ଠଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିବାକୁ ସେ ପରାମର୍ଶ ଦେଇଥିଲେ।

Mamata Banerjee TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe