Advertisment

NEET ବିବାଦ: ଅଭିଯୁକ୍ତଙ୍କ ସହ ବିହାର ଉପ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଫଟୋ

ଗତକାଲି ବିହାରର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଅଭିଯୋଗ କରିଥିଲେ ଯେ ନିଟ୍‌ ପେପର ଲିକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଲିଙ୍କ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ରହିଛି।

BJP

BJP

Advertisment

ନିଟ୍‌ ପେପର ଲିକ ଘଟଣାରେ ଗିରଫ ହୋଇଥିବା ଅମିତ ଆନନ୍ଦଙ୍କ ସହ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀଙ୍କ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଶେୟାର କରି ଆରଜେଡି ଶାସକ (ବିଜେପି-ଜେଡିୟୁ) ଦଳକୁ ଟାର୍ଗେଟ କରିଛି।

Advertisment

ଗତକାଲି ବିହାରର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଅଭିଯୋଗ କରିଥିଲେ ଯେ ନିଟ୍‌ ପେପର ଲିକ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଲିଙ୍କ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ରହିଛି। ଏହାର ଦିନକ ପରେ ଆରଜେଡି ପକ୍ଷରୁ ଏପରି ଫଟୋ ଶେୟାର କରାଯାଇଛି।

ଆରଜେଡି ପକ୍ଷରୁ ଫଟୋକୁ ପୋଷ୍ଟ କରି କୁହାଯାଇଛି ଯେ “ନିଟ ପରୀକ୍ଷା ପେପର ଲିକ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ବିହାରର ଉପ ମୁଖ୍ୟମନ୍ତ୍ରୀଙ୍କ ସହ। ଅଭିଯୁକ୍ତର ହାତରେ ସମ୍ବର୍ଦ୍ଧିତ ହୋଇଥିବା ତଥାକଥିତ ଶକ୍ତିଶାଳୀ ମନ୍ତ୍ରୀ ଜଣଙ୍କ ନିଜର ସୋଶାଲ ମିଡିଆ ଆକାଉଣ୍ଟରୁ ତାଙ୍କ ସହ ଉଠାଇଥିବା ସମସ୍ତ ଫଟୋକୁ ଡିଲିଟ କରିଦେଇଛନ୍ତି। କିନ୍ତୁ ଚିନ୍ତା କରିବାର କିଛି ନାହିଁ। କାରଣ ଆମ ପାଖରେ ସବୁ କିଛି ରହିଛି। ଆପଣଙ୍କ ବ୍ୟାକୁଳ ସମକକ୍ଷ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀଙ୍କୁ ଏହି ଫଟୋ ପଠାଇ ଦିଅନ୍ତୁ।”

Advertisment

ନିଟ ପେପର ଲିକ ଘଟଣାକୁ ନେଇ ବିବାଦ ବଢ଼ୁଥିବା ବେଳେ ଗୁରୁବାର ଉପ ମୁଖ୍ୟମନ୍ତ୍ରୀ ସିହ୍ନା ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଦାବି କରିଥିଲେ ଯେ ତେଜସ୍ୱୀ ଯାଦବଙ୍କ ସହ ଲିଙ୍କ ରଖିଥିବା ଜଣେ ଅଧିକାରୀ ନିଟ ପେପର ଲିକ ଘଟଣାର ଅଭିଯୁକ୍ତ ସିକନ୍ଦରଙ୍କ ପାଇଁ ପାଟନାରେ ଥିବା ଗେଷ୍ଟ ହାଉସରେ ରହିବାର ବ୍ୟବସ୍ଥା କରିଥିଲେ। ଏନେଇ ତାଙ୍କ ପାଖରେ ବିସ୍ତୃତ ତଥ୍ୟ ରହିଛି। ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବାକୁ ବ୍ୟବହାର ହୋଇଥିବା ମୋବାଇଲ ନମ୍ବର ମଧ୍ୟ ଶ୍ରୀ ସିହ୍ନା ରଖିଥିବା ଦାବି କରିଛନ୍ତି।

Bihar NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe