BJD
ବିଜେଡି ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସଙ୍କ ପାଇଁ ଅଡୁଆ ବଢ଼ିଲା। ବିଜେଡି ଛାଡ଼ିଲେ ଅଚ୍ୟୁତ ନନ୍ଦନ ଦାସ। ଅଚ୍ୟୁତ ହେଉଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଡାହାଣ ହାତ। ସେ ବିଜେଡି ଛାଡ଼ିବା ପରେ ଆଗାମୀ ନିର୍ବାଚନରେ ଗୌତମବୁଦ୍ଧ ଦାସଙ୍କ ଭାଗ୍ୟ କ’ଣ ହେବ, ତାହା ସମୟ କହିବ। କିନ୍ତୁ ଏଥିରୁ ଗୋଟିଏ କଥା ସତ ଯେ, ଅନନ୍ତଙ୍କ ସମର୍ଥକ ଗୌରମବୁଦ୍ଧଙ୍କଠାରୁ ଦୂରେଇ ଯାଉଥିବା ଚର୍ଚ୍ଚା ହେଉଛି।
ଭୋଗରାଇ ବିଧାୟକ ହେଉଛନ୍ତି ଅନନ୍ତ ଦାସ। ୨୦୦୪ ମସିହାରୁ ସେ ଲଗାତାର ଭାବେ ଜିତି ଆସୁଛନ୍ତି। ଦେହ ଅସୁସ୍ଥତା ଯୋଗୁ ଏଥର ସେ ତାଙ୍କ ପୁଅ ପାଇଁ ଅପିଲ୍ କରିଥିଲେ। ଏପରିକି ନବୀନ ନିବାସ ଆସିଥିଲେ। ମାତ୍ର ଦେଖାନପାଇ ଫେରି ଯାଇଥିଲେ। ତଥାପି ଭାବିଥିଲେ ତାଙ୍କ ପୁଅକୁ ଟିକଟ ମିଳିବ। ହେଲେ ନିରାଶ ହୋଇଥିଲେ। ତାଙ୍କ ସ୍ଥାନରେ ବିଜେଡି ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ଅନନ୍ତଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଅନନ୍ତଙ୍କ ଡାହାଣ ହାତ କୁହାଯାଉଥିବା ତାଙ୍କ ମାମୁ ପୁଅ ଭାଇ ଅଚ୍ୟୁତ ବିଜେଡିର ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ। କିନ୍ତୁ ବିଜେଡି ଛାଡ଼ି ନଥିଲେ।
ଶୁଣିବାକୁ ମିଳୁଛି ଗୌତମବୁଦ୍ଧ ଦାସ ବିଜେଡି ପ୍ରାର୍ଥୀ ହେବା ପରେ ଅନନ୍ତ ଓ ତାଙ୍କ ସମର୍ଥକଙ୍କଠାରୁ ଦୂରେଇ ଯାଇଥିଲେ। ଯାହାକୁ ନେଇ ଅନନ୍ତଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ କୁହୁଳୁଥିଲା। ଆଜି ତାହା ବିସ୍ଫୋରକ ରୂପ ଧାରଣ କରିଛି। ବିଜେଡିରୁ ଇସ୍ତଫା ଦେଇଛନ୍ତି ଅଚ୍ୟୁତ ନନ୍ଦନ ଦାସ। ସାମ୍ୱାଦିକ ସମ୍ମିଳନୀ କରି ବିଜେଡିରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ତେବେ ଆଗାମୀ ଭବିଷ୍ୟତ ନେଇ ସେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସେ ଓ ତାଙ୍କ ସମର୍ଥକ କଂଗ୍ରେସକୁ ସମର୍ଥନ ଦେବେ ବୋଲି ଚର୍ଚ୍ଚା ହେଉଛି।
ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1716566720.jpg)