ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ରହିଛି। କ୍ଷମତାରେ ଥିବା ବିଜେଡି ସରକାରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା କ୍ୟାପଟେନ୍ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିରୋଧୀ ଦଳ ଦାବି କରିଛନ୍ତି। ଆଉ ଚାରିଆଡ଼ୁ ଚାପ ପଡ଼ିବା ପରେ ବିଜେଡି ପକ୍ଷରୁ ପ୍ରେସ କନଫରେନ୍ସ କରାଯାଇଛି ଏହା ଉପରେ ପ୍ରତିକ୍ରିୟା ଦିଆଯାଇଛି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କର […]

pramila-mallick

Ranjit Kumar Jena
  • Published: Wednesday, 20 October 2021
  • , Updated: 20 October 2021, 09:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ରହିଛି। କ୍ଷମତାରେ ଥିବା ବିଜେଡି ସରକାରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା କ୍ୟାପଟେନ୍ ଦିବଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିରୋଧୀ ଦଳ ଦାବି କରିଛନ୍ତି। ଆଉ ଚାରିଆଡ଼ୁ ଚାପ ପଡ଼ିବା ପରେ ବିଜେଡି ପକ୍ଷରୁ ପ୍ରେସ କନଫରେନ୍ସ କରାଯାଇଛି ଏହା ଉପରେ ପ୍ରତିକ୍ରିୟା ଦିଆଯାଇଛି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କର ହାତ ଥିବ, ତାହେଲେ ତାଙ୍କୁ ନିଶ୍ଚୟ ଦଣ୍ଡିତ କରାଯିବ।

ପ୍ରମିଳା ମଲ୍ଲିକ କହିଛନ୍ତି, ମମିତାଙ୍କ ମୃତ୍ୟୁ ଆମ ସମାଜ ପାଇଁ ବଡ଼ କ୍ଷତି। ତାଙ୍କ ମୃତ୍ୟୁରେ ଆମେ ମର୍ମାହତ। ଏଭଳି ଏକ ଦୁଃଖ ସମୟରେ ଆମେ ତାଙ୍କ ପରବାରକୁ ସମବେଦନା ଜଣାଉଛୁ। ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ରହିଛି, ସେ ସମସ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ। ଏନଆଇଏରେ କାମ କରୁଥିବା ଜଣେ ଦକ୍ଷ ପୁଲିସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁମାନେ ଏହି କାମରେ ଲିପ୍ତ ଥିବେ, ପୁଲିସ୍ ଅଫିସର ସେମାନଙ୍କୁ ନିଶ୍ଚୟ ଧରିବେ। ଏବଂ ପୀଡ଼ିତା ଓ ତାଙ୍କ ପରିବାର ନିଶ୍ଚିତ ଭାବେ ନ୍ୟାୟ ପାଇବେ।

ପ୍ରମିଳା କହିଛନ୍ତି, ମମିତା ମୃତ୍ୟୁ ଘଟଣାରେ ପୁଲିସ୍ ଜଣେ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିରେ ଆଉ ଯେଉଁମାନେ ସଂପୃକ୍ତ ଥିବେ, ପୁଲିସ୍ ସେମାନଙ୍କୁ ନିଶ୍ଚତ ଧରିବ। ଯଦି ମନ୍ତ୍ରୀ ଏଥିରେ ସଂପୃକ୍ତ ଥିବେ, ତାହେଲେ ସେ ନିଶ୍ଚିତ ଦଣ୍ଡ ପାଇବେ। ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇପାରିବ ନାହିଁ। ପ୍ରମିଳା ଆହୁରି କହିଛନ୍ତି ଯେ ପୁଲିସ୍ କେଉଁଠି ମହିଳାଙ୍କ ଉପରେ ଅନ୍ୟାୟ କରୁନାହାନ୍ତି।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି। ପୁଲିସ ତାକୁ ଗିରଫ କରିବା ପରେ ହତ୍ୟାର କାରଣ ଜଣାପଡ଼ିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ କରିବା ପାଇଁ ଗୋବିନ୍ଦକୁ ପୁଲିସ ରିମାଣ୍ଡରେ ନେଇଛି। ତେବେ ଏହାରି ଭିତରେ ଗୋବିନ୍ଦ ସହିତ ବିଜେଡିର ମାଳମାଳ ନେତାଙ୍କ ଫଟୋ ଭାଇରାଲ୍‌ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। କାରଣ ଶୁଣିବାକୁ ମିଳୁଛି ଗୋବିନ୍ଦ ହେଉଛନ୍ତି ଦିବ୍ୟଶଙ୍କର ଅତି ନିଜର ଲୋକ। ସେ ନିୟମିତ ଗୋବିନ୍ଦଙ୍କ ସ୍କୁଲକୁ ଯାଉଥିଲେ ଓ ରାତିରେ ରହୁଥିଲେ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛି।

Related story