Advertisment

ବିଜେପିରେ ୨୫ ବର୍ଷ ରହିବା ପରେ ଏପରି କହି ଇସ୍ତଫା ଦେଲେ ଅଭିନେତ୍ରୀ ଗୌତମୀ

‘ମୋ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା ସହାଯ୍ୟ କରୁଛନ୍ତି।’

author-image
Debibandita Barick
ଅଦ୍ୟତନ ହୋଇଛି
Gautami Tadimalla

Gautami Tadimalla

ବିଜେପି ଛାଡ଼ିଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ଗୌତମୀ ତାଡ଼ିମଲ୍ଲା। ଦଳ ସହ ୨୫ ବର୍ଷ କଟେଇବା ପରେ ଶେଷରେ ଇସ୍ତଫା ଦେଇଛନ୍ତି ଗୌତମୀ। ଦଳୀୟ ନେତୃତ୍ୱଙ୍କର ତାଙ୍କ ପ୍ରତି ସମର୍ଥନର ଅଭାବ ଏବଂ ତାଙ୍କ ସହ ବିଶ୍ୱାସଘାତକତା କରିଥିବା ଜଣେ ବ୍ୟକ୍ତିଙ୍କୁ ଦଳର କିଛି ନେତା ସହାଯ୍ୟ କରୁଥିବା ଦର୍ଶାଇ ଦଳରୁ ଇସ୍ତଫା ଦେଇଛନ୍ତି।

Advertisment

ଏନେଇ ସେ ଏକ୍ସ(ପୂର୍ବର ଚ୍ୱିଟର)ରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି, ‘ଆଜି ମୁଁ ମୋ ଜୀବନର ଏକ ଅବାଞ୍ଛିତ ସଙ୍କଟ ସ୍ଥିତିରେ ଠିଆ ହୋଇଛି। ଏଥିରେ ଦଳ କିମ୍ବା ଦଳର ନେତାଙ୍କର ମୋ ପ୍ରତି କୌଣସି ସମର୍ଥନ ନାହିଁ। ଏହା ବ୍ୟତୀତ ସେମାନଙ୍କ ମଧ୍ୟରୁ ଅନେକ ନେତା ମୋ ସହ ବିଶ୍ୱାସଘାତକତା ଏବଂ ପ୍ରତାରଣା କରିଥିବା ବ୍ୟକ୍ତିକୁ ମଧ୍ୟ ସାହାଯ୍ୟ କରୁଛନ୍ତି।’

Advertisment

ବିଜେପି ସହ ୨୫ ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ତାଡ଼ିମଲ୍ଲା କହିଛନ୍ତି, ‘ଦଳର କିଛି ନେତା ସି ଆଲଗପ୍ପନଙ୍କୁ ସକ୍ରିୟ ଭାବରେ ସାହାଯ୍ୟ କରୁଛନ୍ତି, ଯିଏକି ମୋର ସମ୍ପତ୍ତି, ଟଙ୍କା ଏବଂ ଜମିବାଡ଼ି ଦଲିଲକୁ ଠକି ନେଇଛି। ପ୍ରାୟ ୨୦ ବର୍ଷ ପୂର୍ବେ ମୋର ଅସମୟରେ ଆଲଗପ୍ପନ ମୋ ଜୀବନକୁ ଆସିଥିଲେ। କାରଣ ସେତେବେଳେ ମୁଁ କେବଳ ଅନାଥ ନଥିଲି, ବରଂ ମୋ ଝିଅର ଏକାକୀ ମାଆ ମଧ୍ୟ ଥିଲି। ଏହି ସମୟରେ ମୋ ପରିବାରର ଜଣେ ସଦସ୍ୟ ହୋଇ ଆସିଥିଲେ ଅଲଗପ୍ପନ।’

‘ପ୍ରାୟ 20 ବର୍ଷ ପୂର୍ବେ ଏପରି ଏକ ଦୁଃସମୟରେ ମୁଁ ତାଙ୍କୁ ମୋର ଅନେକ ଜମିର ବିକ୍ରୟ ଏବଂ ଦସ୍ତାବିଜ୍ ଦାୟିତ୍ୱ ଦେଇଥିଲି। କିନ୍ତୁ ନିକଟରେ ମୁଁ ଜାଣିବାକୁ ପାଇଲି ଯେ, ସେ ମୋ ସହ ବିଶ୍ୱାସଘାତକତା କରିଛନ୍ତି। ମୁଁ ପ୍ରତାରଣାର ଶିକାର ହୋଇଛି। ସେ ମୋତେ ଏବଂ ମୋ ଝିଅକୁ ତାଙ୍କ ଘରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବାର ଛଳନା କରୁଛନ୍ତି। ଜଣେ ଏକୁଟିଆ ମହିଳା ଏବଂ ଏକାକୀ ପିତାମାତା ଭାବେ ନ୍ୟାୟ ପାଇଁ ମୁଁ ଲଢୁଛି’ ବୋଲି କହିଛନ୍ତି ତାଡ଼ିମ୍ମଲା। 

‘ମୁଁ ମୋ ଇସ୍ତଫା ପତ୍ରକୁ ଖୁବ୍ ଯନ୍ତ୍ରଣା ଏବଂ ଦୁଃଖର ସହ ଲେଖୁଛି’ କହି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ ଅନ୍ନାମଲାଇଙ୍କୁ ଟ୍ୟାଗ୍ କରିଛନ୍ତି ତାଡ଼ିମ୍ମଲା।

ପ୍ରକାଶ ଥାଉ କି, ଅଭିନୟ ଜଗତର ଏକ ପ୍ରସିଦ୍ଧ ଚେହାର ହେଉଛନ୍ତି ତାଡ଼ିମ୍ମଲା। ସେ ସାମାଜିକ କର୍ମୀ ଭାବେ ମଧ୍ୟ ବେଶ୍ ଜଣାଶୁଣା। ସେ ୧୯୯୮ରେ ବ୍ୟବସାୟୀ ସନ୍ଦିପ ଭତିଆଙ୍କୁ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। 

Bjp Gautami Tadimalla Gautami Tadimalla Quits BJP