Advertisment

୪ ବର୍ଷ ହେଲା ଅଣନିଶ୍ୱାସୀ ହୋଇ ପଡ଼ିଥିଲି: ଅନୁଭବ

ଅନୁଭବ ଆହୁରି ଲେଖିଛନ୍ତି, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ। ସବୁ କ୍ଷେତ୍ରରେ ମୋ ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରିବି। ଏଥିପାଇଁ ବିଜେଡି ଛାଡ଼ିବା ମୋ ପାଇଁ ଜରୁରୀ ହୋଇପଡ଼ିଲା।

Anubhav

Anubhav

Advertisment

ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିଜେଡି ସୁପ୍ରିମୋଙ୍କ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ନିଜ ଇସ୍ତଫାପତ୍ରରେ ଅନୁଭବ ମହାନ୍ତି ଲେଖିଛନ୍ତି, ୪ ବର୍ଷ ହେଲା ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଥିଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ରାଜନୀତି ମୁଁ କେବେ ଛାଡ଼ିବି ନାହିଁ।

Advertisment

ଅନୁଭବ ଆହୁରି ଲେଖିଛନ୍ତି, ମୋ ଜନ୍ମଭୂମିର ସେବାରୁ ଦୂରେଇ ଯିବିନାହିଁ। ସବୁ କ୍ଷେତ୍ରରେ ମୋ ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରିବି। ଏଥିପାଇଁ ବିଜେଡି ଛାଡ଼ିବା ମୋ ପାଇଁ ଜରୁରୀ ହୋଇପଡ଼ିଲା। କେବଳ ବ୍ୟକ୍ତିଗତ ଭାବେ ନୁହେଁ, ମୋ ଜନ୍ମମାଟି ମଧ୍ୟ ଏହି ପଦକ୍ଷେପ ନେବାର ଆବଶ୍ୟକତା ପଡ଼ିଲା ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି। ତା’ ପୂର୍ବରୁ ସେ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ।

Advertisment
Cuttack Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe