Advertisment

ତେଲେଙ୍ଗାନା ବିଧାନସଭା ନିର୍ବାଚନ; ଭୋଟ୍ ଦେଲେ ସାଉଥ୍ ସୁପର ଷ୍ଟାର୍

୧୧୯ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ।

author-image
Debibandita Barick
Allu Arjun, Jr NTR, Chiranjeevi

Allu Arjun, Jr NTR, Chiranjeevi

ତେଲାଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍। ସକାଳ ୭ଟାରୁ ଧାଡିରେ ଛିଡା ହୋଇ ମତଦାନ କରୁଛନ୍ତି ଭୋଟର୍। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାର ମଧ୍ୟ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି। 

Advertisment

ସକାଳୁ ସକାଳୁ ଜୁବଲି ହିଲ୍ସ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ। ସେହିପରି ଜୁନିଅର୍ ଏନଟିଆର ଏବଂ ଚିରଞ୍ଜୀବୀ ମଧ୍ୟ ଭୋଟ୍ ଦେବାକୁ ଆସିଛନ୍ତି।

Advertisment

ଧାଡିରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ଦୁଇ ଷ୍ଟାର୍। ଅଲ୍ଲୁ ଅର୍ଜୁନ ଭୋଟ୍ ଦେବାକୁ ଏକୁଟିଆ ଆସିଥିବା ବେଳେ ଜୁନିଅର୍ ଏନଟିଆର ତାଙ୍କ ପତ୍ନୀ ଲକ୍ଷ୍ମୀ ପ୍ରଣତୀ ଏବଂ ମାଆ ଶାଳିନୀ ନନ୍ଦାମୁରୀଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେହିପରି ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ତାଙ୍କ ପରିବାର ସହ ଭୋଟ୍ ଦେଇଛନ୍ତି। ସାଉଥ୍ ଷ୍ଟାରଙ୍କ ଭୋଟିଂ ସମୟର ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। 

ଭୋଟେ ଦେଇ ସାରିବା ପରେ ଅଲ୍ଲୁ ଅର୍ଜୁନ ସୋଶାଲ ମିଡିଆରେ ଆଙ୍ଗୁଠିରେ ଇଙ୍କ୍ ଲାଗିଥିବା ଫଟୋ ଶେଆର୍ କରିଛନ୍ତି। ଏକ୍ସ ପୋଷ୍ଟରେ ଅଲ୍ଲୁ ଲେଖିଛନ୍ତି, 'ଦାୟିତ୍ୱ ନାଗରିକ ଭାବେ ନିଜର ମତ ସାବ୍ୟସ୍ତ କରନ୍ତୁ।'

ସାତ ଦିନ ଧରି ପ୍ରଚାର ପ୍ରସାର ପରେ ଏବେ ମତଦାନର ସମୟ ଆସିଛି। ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତ ସାବ୍ୟସ୍ତ କରିପାରିବେ ମତଦାତା। ଡିସେମ୍ବର ୩ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

Allu Arjun Telangana Assembly Election Jr NTR Chiranjeevi Voting