Advertisment

କଳାକାରଙ୍କୁ ନିମନ୍ତ୍ରଣ କରାଯାଉଛି, ରାଷ୍ଟ୍ରପତିଙ୍କୁ ନୁହେଁ: ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ ଅଣାଯାଇଛି।

Congress

Congress

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ବିଜେପି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା। କିନ୍ତୁ ବିଜେପି ସିନେମା କଳାକାରଙ୍କୁ ନିମନ୍ତ୍ରଣ କରିଥିଲା ବୋଲି ଖଡଗେ ଦାବି କରିଛନ୍ତି।

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନରେ ଆୟୋଜିତକ ଗୋଟିଏ ସଭାରେ ଖଡଗେ କହିଛନ୍ତି, “ଏହା ରାଷ୍ଟ୍ରପତିଙ୍କ ପ୍ରତି ଘୋର ଅପମାନ। କଂଗ୍ରେସରେ ସବୁ ସଂପ୍ରଦାୟରେ ଲୋକ ଅଛନ୍ତି। ବିଜେପି କାହାକୁ ବି ନିଜ ପାଖକୁ ଆସିବାକୁ ଦିଏ ନାହିଁ। ରାଷ୍ଟ୍ରପତି ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଧିକାର କରିଛନ୍ତି। ତାଙ୍କୁ ନ ଡାକିବା ପଛର କାରଣ କ’ଣ?”

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସଂସଦର ନୂଆ ବିଲଡିଂ ଶିଳାନ୍ୟାଶ ବେଳେ ଡକା ଯାଇ ନଥିବା କଥା ମଧ୍ୟ ଖଡଗେ ଉଠାଇଛନ୍ତି। ଅଛୁଆଁ ଭାବ ଯୋଗୁ ତାଙ୍କୁ ନିମନ୍ତ୍ରଣ କରା ଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

Advertisment

ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ ଅଣାଯାଇଛି। ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ମେଣ୍ଟ କରିବାରୁ ବିଜେପି ମହିଳା ସଂରକ୍ଷଣ ବିଲ ଆଣି ନୂଆ ଭେଳିକି କରୁଛି। ମହିଳା ସଂରକ୍ଷଣ ବିଲ୍‌ର ପ୍ରାବଧାନ ଏବେ ଲାଗୁ ହେବନାହିଁ ବୋଲି ସେ କହିଛନ୍ତି।

Bjp Congress Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe