/odisha-reporter/media/post_attachments/uploadimage/library/16_9/16_9_0/IMAGE_1717515598.jpg)
Yusuf Pathan
କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ସେ ୨୦୦୯, ୨୦୧୪ ଓ ୨୦୧୯ରେ ବେଙ୍ଗଲର ବହରମପୁର ଆସନରୁ ବିଜୟୀ ହୋଇଥିଲେ।
Advertisment
କିନ୍ତୁ ଏଥର ତାଙ୍କୁ ପୂର୍ବତନ କ୍ରିକେଟର ତଥା ଟିଏମସିର ୟୁସୁଫ ପଠାନଙ୍କ ଠାରୁ ହାରିବାକୁ ପଡ଼ିଛି। ସେ ଅଧୀନର ରଞ୍ଜନଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ୟୁସୁଫ ପଠାନ ୫,୨୪,୫୧୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଅଧୀରଙ୍କୁ ୪,୩୯,୪୯୪ ଖଣ୍ଡ ଭୋଟ ମିଳିଛି। ଏହାର ଅର୍ଥ ୟୁସୁଫ ୮୫,୦୨୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ଡ.ନିର୍ମଳ କୁମାର ସାହା ୩,୭୧,୮୮୫ ଖଣ୍ଡ ଭୋଟ ପାଇଛନ୍ତି।
Advertisment
୨୦୦୭ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଡେବ୍ୟୁ କରିଥିବା ୟୁସୁଫ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ୁଥିଲେ। ମମତା ବାନାର୍ଜୀଙ୍କ ଟିଏମସି ତାଙ୍କ ନିଜ ସହ ସାମିଲ କରିବା ସହ କଂଗ୍ରେସର ଗଡ଼ ବରହମପୁରରେ ପ୍ରାର୍ଥୀ କରିଥିଲା। ସେ ମଧ୍ୟ କଂଗ୍ରେସକୁ ମାତ ଦେଇ ବିଜୟୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
